www.samajalive.in
Tuesday, December 9, 2025
16.1 C
Bhubaneswar

ଅଗ୍ନିକାଣ୍ଡରେ ୨ ବଖରା ଭସ୍ମୀଭୂତ

କାମାକ୍ଷାନଗର: ଦେଖୁ ଦେଖୁ ଜଳିଗଲା ସ୍ତ୍ରୀ, ପୁଅ, ବୋହୂ ଏବଂ ନାତି, ନାତୁଣୀ ମିଶାଇ ୧୨ପ୍ରାଣୀ ରହୁଥିବା ବାସ ଘର। ଏଥିସହ ଘର ଭିତରେ ଥିବା ଟଙ୍କା, ରାସନ ଦୋକାନରୁ ଆଣିଥିବା ଚାଉଳ ଏବଂ ସମସ୍ତ ଦରକାରୀ କାଗଜ ପତ୍ର ସବୁ କିଛି ପୋଡ଼ି ପାଉଁଶ ହୋଇଗଲା। ଏହି ଅଗ୍ନିକାଣ୍ଡ ଘଟିଛି ଢେଙ୍କାନାଳ ଜିଲା ଭୁବନ ଥାନା ଅନ୍ତର୍ଗତ ଅସୁରବନ୍ଧ ଗ୍ରାମରେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ସବୁକିଛି ଜଳିପୋଡି ପାଉଁଶ ହୋଇଯାଇଥିଲା। ଅଶୁରବନ୍ଧ ଗ୍ରାମର ବୈରାଗୀ ମଲ୍ଲିକଙ୍କ ଚାଳଛପରର ଦୁଇ ବଖରା ଘର। ସୋମବାର ଭୋର ସମୟରେ ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଘରେ ନିଆଁ ଲାଗିଯାଇଥିଲା। ନିଆଁ ଏତେ ଶୀଘ୍ର ବ୍ୟାପି ଯାଇଥିଲା ଯେ, ଘର ଭିତରୁ କୁଟା ଖିଅଟିଏ ମଧ୍ୟ ଉଦ୍ଧାର କରିବା ସମ୍ଭବ ହୋଇ ପାରିନଥିଲା। ଖବର ପାଇ ଭୁବନ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଘରର କୌଣସି ଆସବାସପତ୍ର ନିଆଁ ମୁହଁରୁ ଉଦ୍ଧାର କରିପାରି ନଥିଲେ। ଏହି ଅଗ୍ନିକାଣ୍ଡରେ ତିନିମାସର ପିଡିଏସ ଚାଉଳ, ଧାନ ଦଶ ବସ୍ତା, ବିରି, ବାଦାମ ଜଳି ପାଉଁଶ ହୋଇଥିବା ବେଳେ ଲକ୍ଷ୍ମୀଧରଙ୍କ ସ୍ତ୍ରୀ ଝିଲ୍ଲୀ ମଳିକ ଗ୍ରୁପରୁ ଆଣିଥିବା ଷାଠିଏ ହଜାର ତଙ୍କା ଏବଂ ବଡ଼ପୁଅ ଗୋଟିଏ ଦିନ ପୂର୍ବରୁ ଇଟା ଭାଟି ମାଲିକଠାରୁ ଆଣିଥିବା ନିଜର ପାଉଣା ଦଶ ହଜାର ଟଙ୍କା ମଧ୍ୟ ଜଳିପୋଡ଼ି ପାଉଁଶ ହୋଇ ଯାଇଥିବା କହିଛନ୍ତି ଗୁଣ୍ଡିଚା ମଲ୍ଲିକ। ସର୍ବସ୍ବାନ୍ତ ହୋଇଯାଇଥିବା ଲକ୍ଷ୍ମୀଧର ମଲ୍ଲିକଙ୍କ ୧୨ ପ୍ରାଣୀ କୁଟୁମ୍ବ ଏବେ ପ୍ରଶାସନର ଅନୁଦାନ ଅପେକ୍ଷାରେ।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories