www.samajalive.in
Saturday, December 6, 2025
23.1 C
Bhubaneswar

ସୋମବାର ରାଶିଫଳ (୨୦୨୩ ଜୁନ ୧୯)

ମେଷ: ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରିବା ପାଇଁ ଉତ୍ସାହିତ ହୋଇପାରନ୍ତି। ଭୋଗବିଳାସ ପାଇଁ ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି। ଦେବ ଦର୍ଶନ ମିଳିବ। ଅଶାନ୍ତି ଦୂର ହେବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ।
ବୃଷ: ଆଶାବାଦୀ ହୋଇପାରନ୍ତି। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି। ମନ ପ୍ରସନ୍ନ ରହିବ। ପଦୋନ୍ନତି ମିଳିପାରେ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ମତିଜ୍ଞ ହେବେ। ସୁଖୀ ହେବେ।
ମିଥୁନ: ଆୟ ଊଣା ହେବ ନାହିଁ। ସରକାରୀ ବା ବନ୍ଧୁ ସହାୟତାରେ ଲାଭବାନ୍‌ ହେବେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ବାଣିଜ୍ୟ ଲାଭପ୍ରଦ ହେବ। ଶ୍ରମ ସାର୍ଥକ ହେବ। ସୁସ୍ଥ ଓ ନିରାମୟ ରହିବେ।
କର୍କଟ: ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି। ମିତ୍ରମାନେ କରଛଡ଼ା ଦେଇପାରନ୍ତି। କାର୍ଯ୍ୟ ବିଳମ୍ବ ହୋଇପାରେ। ମଧୁର କଥାରେ ପରକୁ ନିଜର କରିବେ। ବ୍ୟୟ ଅଧିକ ହୋଇପାରେ।
ସିଂହ: ମୂଲ୍ୟବାନ୍‌ ଦ୍ରବ୍ୟ କିଣି ପାରନ୍ତି। ଆୟ ବୃଦ୍ଧିର ସୂଚନା ମିଳୁଛି। ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।
କନ୍ୟା: ମନସ୍କାମନା ପୂରଣ ହେବ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। କର୍ମରେ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ପରିଶ୍ରମର ମୂଲ୍ୟ ମିଳିବ। ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତ ହୋଇପାରେ।
ତୁଳା: ଦୁଶ୍ଚିନ୍ତା ଦୂର ହେବ। ସୁଖ ସମ୍ଭୋଗର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସେବା ପୂଜାରେ ନିଜକୁ ନିୟୋଜିତ କରିବେ। କାର୍ଯ୍ୟରେ ଅପୂର୍ବ ସଫଳତା ମିଳିବ। ବିବାଦରେ ବିଜୟୀ ହେବେ।
ବିଛା: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଆର୍ଥିକ ସ୍ଥିତି ଟାଣ-ଟୁଣ ରହିବ। ଜଳଯାତ୍ରା ନ କରିବା ଭଲ। ଚୋର ଭୟ ରହିଛି। ଅଷ୍ଟମ ଚନ୍ଦ୍ର ହେତୁ ସତର୍କରେ ଚଳିବେ।
ଧନୁ: ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ପ୍ରଭାବଶାଳୀ ହେବେ। ବହୁ ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ରୁଚିକର ଭୋଜନରେ ଆପ୍ୟାୟିତ ହୋଇ ଆନନ୍ଦ ଉପଭୋଗ କରିବେ।
ମକର: ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ଶତ୍ରୁତାର ଅବସାନ ଘଟାଇ ମାନସିକ ଶାନ୍ତି ଫେରିପାଇବେ। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ଶାସ୍ତ୍ରଜ୍ଞ ହେବେ।
କୁମ୍ଭ: ଶତ୍ରୁ ଜିତ୍‌ ଯୋଗ ଅଛି। ଉପୁଜିଥିବା ସମସ୍ୟା ଦୂର ହେବ। ଆଲୋଚନା ମାଧ୍ୟମରେ କାର୍ଯ୍ୟକରି ନିଜ ମତାମତକୁ ସାବ୍ୟସ୍ତ କରିପାରନ୍ତି। ଶାସ୍ତ୍ର ଅଧ୍ୟୟନରେ ମନୋନିବେଶ କରିପାରନ୍ତି। ପାରିବାରିକ ସୁଖ ମିଳିବ।
ମୀନ: ପରିଶ୍ରମ କଷ୍ଟଦାୟକ ହେଲେ ବି ତା’ର ମୂଲ୍ୟ ମିଳିବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ଦୃଢ଼ ମନୋବଳ ନେଇ କାର୍ଯ୍ୟ କରିବେ। ବାଦ ବିବାଦ ଆଡ଼କୁ ଟାଣି ହୋଇପାରନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories