www.samajalive.in
Saturday, December 6, 2025
14.1 C
Bhubaneswar

ନବଯୌବନ ଦର୍ଶନ ପାଇଁ ଭକ୍ତଙ୍କ ଗହଳି

ପୁରୀ : ଦିନକ ପରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଘୋଷଯାତ୍ରା ପୂର୍ବରୁ ସୋମବାର ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ଅଣସର ଘରୁ ବାହାରି ଦର୍ଶନ ଦେଉଛନ୍ତି ମହାପ୍ରଭୁ। ସକାଳ ୮ଟାରୁ ନବଯୌବନ ଦର୍ଶନ ଆରମ୍ଭ ହୋଇ ସାରିଛି। ପ୍ରଥମେ ପରିମାଣିକ ଟିକେଟଧାରୀଙ୍କୁ ଦର୍ଶନର ସୁଯୋଗ ମିଳିଛି। ବର୍ତ୍ତମାନ ସର୍ବସାଧାରଣ ଦର୍ଶନ ଚାଲିଥିବା ବେଳେ ୧୧ଟା ଯାଏଁ ଦର୍ଶନ ଚାଲିବ।ଶ୍ରୀଜିଉଙ୍କ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳିଛି।
ସୂଚନା ଯୋଗ୍ୟ,୯ଟାରୁ ସାହାଣ ମେଲା ଦର୍ଶନ ୨ ଘଣ୍ଟା ଯାଏ ଚାଲିବ। ସକାଳ ୯ଟାରୁ ୧୧ଟା ସର୍ବସାଧାରଣ ଦର୍ଶନ ହେବ। ସିଂହଦ୍ୱାର ଦେଇ ସର୍ବସାଧାରଣ ଦର୍ଶନ ବ୍ୟବସ୍ଥା ହୋଇଛି। ୧୧ଟା ପରଠାରୁ ରଥଯାତ୍ରା ପାଇଁ ବିଭିନ୍ନ ନୀତିକାନ୍ତି ଚାଲିବ। ୧୧ଟା ପରଠାରୁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। କେବଳ ପାଶ୍ୱର୍ ଦେବଦେବୀଙ୍କ ଦର୍ଶନ ଭକ୍ତ କରିପାରିବେ। ରାତି ୯ଟା ସୁଦ୍ଧା ସେନାପଟା ଲାଗି ହେବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories