ହରଭଙ୍ଗା: ହରଭଙ୍ଗା ବ୍ଲକ ସଦରମହକୁମା ଚାରିଛକ ବଜାରରେ ପାଣି ପାଇପ୍ ଫାଟିଯିବା ଯୋଗୁଁ ଲଗାତାର ତିନିଦିନ ହେଲା ଜଳଯୋଗାଣ ଠପ୍ ହୋଇଯାଇଥିଲା। ଏନେଇ ‘ସମାଜ’ରେ ଗତ ସୋମବାର ଏକ ଶୀର୍ଷକ ଖବର ପ୍ରକାଶ ପାଇବା ପରେ ବିଭାଗୀୟ ଅଧିକାରୀଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭଙ୍ଗ ହୋଇଛି। ପାଣି ପାଇପ୍ ମରାମତି କରାଯାଇ ମଙ୍ଗଳବାର ବଜାରଲୋକଙ୍କୁ ସ୍ୱାଭାବିକ ଭାବେ ଜଳଯୋଗାଣ କରାଯାଇଥିବା ଦେଖିବାକୁ ମିଳିଛି। ଜଳ ଯୋଗାଣ ପରେ ପ୍ରଚଣ୍ଡ ଗ୍ରୀଷ୍ମ ତାତିରେ ପାଣି ଟୋପାଏ ପାଇଁ ଡହଳବିକଳ ହେଉଥିବା ବଜାରବାସୀଙ୍କୁ ଆଶ୍ୱସ୍ତି ମିଳିଛି।
Popular Categories



