କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରରେ ପ୍ରଥମ ଥର ପାଇଁ ଏକ ୨୭ଶଯ୍ୟା ବିଶିଷ୍ଟ ଆୟୁବ ଖାନ ମଲ୍ଟି-ସ୍ପେସିଆଲିଟି ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଉଦଘାଟନ କରିଛନ୍ତି। ଏହି ଉପଲକ୍ଷେ ସ୍ଥାନୀୟ ରେଳବାଇ ଷ୍ଟାଡିୟମରେ ଆୟୋଜିତ ସଭାରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଯୋଜନା ସମନ୍ବୟ ମନ୍ତୀ ରାଜେନ୍ଦ୍ର ପ୍ରସାଦ ଢୋଲକିୟା, ବୟନ ଓ ହସ୍ତତନ୍ତ ମନ୍ତ୍ରୀ ରିତା ସାହୁ, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ଲୋକସଭା ସାଂସଦ ବସନ୍ତ ପଣ୍ଡା, ହୋଉସିଂ ବୋର୍ଡ ଅଧକ୍ଷ କଳିକେଶ ନାରାୟଣ ସିଂ ଦେଓ, ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ଖରିଆର ବିଧାୟକ ଅଧୀର ରଞ୍ଜନ ପାଣିଗ୍ରାହୀ, ପୂର୍ବତନ ମନ୍ତ୍ରୀ ତଥା ପଶ୍ଚିମ ଓଡିଶା ର ଟାଣୁଆ ନେତା ସୁଶାନ୍ତ ସିଂ, ଦିଲ୍ଲୀର ଯୋଗଗୁରୁ ଡା. ଅନିଲ ଜୈନ, ହାଇଦ୍ରାବାଦ ସିଟିର ପୂର୍ବତନ ମେୟର ଜୁଲ୍ଲୀଫିକର ଅଲ୍ଲୀ, ବଲାଙ୍ଗୀର ଜିଲ୍ଲାପରିଷଦ ଅଧକ୍ଷା ଦେବକୀ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ଜନାବ ଆୟୁବ ଖାନ ଅତିଥି ବୃନ୍ଦଙ୍କୁ ଫୁଲ ତୋଡ଼ା ଦେଇ ସ୍ୱାଗତ କରିଥିଲେ ଏବଂ ଅତିଥି ପରିଚୟ କରାଇଥିଲେ। ମଂଚାସୀନ ମନ୍ତ୍ରୀ, ସାଂସଦ କଣ୍ଟାବାଞ୍ଜି ସହର ଏବଂ ଏହି ପଛୁଆ ଉପାନ୍ତ ଅଞ୍ଚଳରେ ଲୋକମାନେ ନିଜର ଚିକିତ୍ସା ପାଇଁ ରାଜ୍ୟର ବିଭିହ୍ନ ବଡ ବଡ ହସ୍ପିଟାଲ ଓ ରାଜ୍ୟ ବାହାରକୁ ଯାଉଥିବା ବେଳେ, ବର୍ତମାନ ରୋଗୀସେବା ପାଇଁ କଣ୍ଟାବାଞ୍ଜି ଏହି ମଲ୍ଟି ସ୍ପେସିୟାଲିଟି ହସ୍ପିଟାଲ ଦ୍ୱାରା ନିଶ୍ଚିତ ଭାବରେ ସେବାପାଇବେ ଓ ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ଦୁରଦୃଷ୍ଟି ଓ ତାଙ୍କର ସୁପୁତ୍ର ଏହି ହସ୍ପିଟାଲର ପରିଚାଳନା ନିର୍ଦେଶକ ଡ଼ ଆମଜାଦ ଖାନ ନିଜସ୍ୱ ଉଦ୍ୟମରେ ଏକ ଘରୋଇ ହସ୍ପିଟାଲ ରୋଗୀ ସେବାରେ ଏକ ମାଇଲ ଖୁଣ୍ଟ ସାଜିବ ବୋଲି ମଂଚାସୀନ ଅତିଥିଗଣ ମତ ବ୍ୟକ୍ତ କରିଥିଲେ। ଏହି ଉଦଘାଟନୀ ସଭାରେ ମହାଭାରତ ଧାରାବାହିକର କଳାକାର ମୁଖ୍ୟ ଆକର୍ଷଣ ସାଜିଥିଲେ। ଏହି ଉତ୍ସବରେ ଜିଲ୍ଲାପାଳ ଚଞ୍ଚଳ ରଣା, ଆରକ୍ଷୀ ଅଧିକ୍ଷକ ଖିଲାରୀ ରିଷିକେଶ, ଉପଜିଲ୍ଲାପାଳ ଦୟାମୟ ପାଢ଼ୀ ତଥା ପୁଲିସ, ପ୍ରଶାସନିକ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ହସ୍ପିଟାଲ ପରିଚାଳନା ନିର୍ଦେଶକ ଡ଼ ଆମଜାଦ ଖାନ ଧନ୍ୟବାଦ ଅର୍ପଣ କରିବା କରିଥିଲେ।
Comments are closed.