ଯାଜପୁର : ବଡଚଣା ବ୍ଲକ ପରିସରରେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋରଙ୍କ ଅଧ୍ୟକ୍ଷତାରେ ମିଳିତ ଅଭିଯୋଗ ଶୁଣାଣି ଆରକ୍ଷୀ ଅଧିକ୍ଷକ ଭିନୀତ ଅଗ୍ରୱାଲଙ୍କ ସହ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଦୁଖବନ୍ଧୁ ନାୟକ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଶୋକ କୁମାର ବେଉରିଆ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଅଧିକ୍ଷଣ ଯନ୍ତ୍ରୀ ଇଂ. ଶରତ ଚନ୍ଦ୍ର ଘଡାଇ, ଯାଜପୁର ଅଧିକ୍ଷଣ ଯନ୍ତ୍ରୀ, ନର୍ଦ୍ଧମା ଖଣ୍ଡ ଦିଲିପ ନନ୍ଦନ ମହାପାତ୍ର, ଜଳସେଚନ, ଜାରକା ଖଣ୍ଡ ଅଧିକ୍ଷଣ ଯନ୍ତ୍ରୀ ଇଂ. କାମଦେବ ଦାସ, ବଡଚଣା ବ୍ଳକ କୃଷି ଅଧିକାରୀ ଲୋକନାଥ ମିଶ୍ର, ଅବକାରୀ ଅଧିକ୍ଷକ, ଯାଜପୁର ଅମରେନ୍ଦ୍ର କୁମାର ଜେନା, ଜଳଛାୟା ପ୍ରକଳ୍ପ ନିର୍ଦେଶକ ନାରାୟଣ ପାତ୍ର, ଜିଲ୍ଲା ଶିକ୍ଷା ଅଧକାରୀ ରଂଜନ କୁମାର ଗିରି, ଡେପୁଟି କଲେକ୍ଟର, ଅଭିଯୋଗ ପ୍ରପୁଂଲ ଚନ୍ଦ୍ର ମିଶ୍ର, ବଡଚଣା ବି.ଡି.ଓ ରବିନ୍ଦ୍ର କୁମାର ପ୍ରଧାନ, ସହକାରୀ ନିବନ୍ଧକ, ସମବାୟ ସମିତି ଶରତ ଚନ୍ଦ୍ର ମଲ୍ଲିକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ମଂଜୁଲତା ନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ଶରତ ଚନ୍ଦ୍ର ବେହେରା, ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ରବିନ୍ଦ୍ର ନାଥ ବେହେରା, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଅଧିକାରୀ ଡା. ଗଗନ ଚରଣ ନାୟକ, ଜିଲ୍ଲା ଯୋଗାଣ ଅଧିକାରୀ ସେକ୍ ସଲାଊଦ୍ଦିନ ଖାଁ ଓ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗଦେଇ ଅଭିଯୋଗ ଶୁଣାଣିରେ ସହଯୋଗ ପ୍ରଦାନ କରିଥିଲେ ।
ଆଜି ଏହି ଅଭିଯୋଗ ପ୍ରକୋଷ୍ଠରେ ସମୁଦାୟ ୬୫ ଗୋଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ତନ୍ମଧ୍ୟରୁ ୬୨ ଗୋଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୩ ଗୋଟି ସମୁହ ଅଭିଯୋଗ ଥିଲା । ସେହିପରି ମୁଖ୍ୟମନ୍ତ୍ରୀ ରିଲିପଂ ପାଣ୍ଠିରୁ ସହାୟତା ପ୍ରଦାନ ନିମନ୍ତେ ୦୯ ଗୋଟି ଅଭିଯୋଗ ଥିବାବେଳେ ଜିଲ୍ଲାରେଡକ୍ରସ ପାଣ୍ଠିରୁ ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ ଜନିତ ୧୧ ଗୋଟି ଅଭିଯୋଗ ଆସିଥିଲା । ଶିବିର ପ୍ରକୋଷ୍ଠରେ ୨୭ ଗୋଟି ଅଭିଯୋଗର ଜିଲ୍ଲାପାଳ ଶ୍ରୀ ରାଠୋର ତ୍ୱରିତ ସମାଧାନ କରିଥିଲେ ।
ପ୍ରକାଶ ଥାଉ କି, ଆସନ୍ତା ୧୯ ତାରିଖ ସୋମବାର ବିଂଝାରପୁର ବ୍ଲକ କାର୍ଯ୍ୟାଠୟ ଠାରେ ଏବଂ ୨୬ ତାରିଖ ସୋମବାର ବରୀ ବ୍ଲକ କାର୍ଯ୍ୟାଳୟ ଠାରେ ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ପୂର୍ବାହ୍ନ ୧୦ ଘଟିକା ଠାରୁ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାର ବରିଷ୍ଠ ପଦାଧିକାରୀବୃନ୍ଦ, ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟର ବରିଷ୍ଠ ଯନ୍ତ୍ରୀ, ସଂପୃକ୍ତ ବ୍ଳକର ବି.ଡି.ଓ. ଏବଂ ତହସିଲଦାରମାନେ ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ଗୁଡିକର ତ୍ୱରିତ୍ ସମାଧାନ ଶୁଣାଣିରେ ଜିଲ୍ଲାପାଳଙ୍କୁ ସହଯୋଗ ପ୍ରଦାନ କରିବେ।
Comments are closed.