www.samajalive.in
Monday, December 15, 2025
16.1 C
Bhubaneswar

ଆରପାରିରେ ଅଭିନେତା ମଙ୍ଗଲ ଢିଲୋଁ

ମୁମ୍ବଇ: ଚଳଚ୍ଚିତ୍ର ଓ ଟିଭି ଧାରାବାହିକ ଜଗତର ଜଣାଶୁଣା ଅଭିନେତା ମଙ୍ଗଲ ଢିଲୋଁଙ୍କର ପରଲୋକ ଘଟିଛି। ସେ ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡ଼ିତ ଥିଲେ। ଲୁଧିଆନାର ଏକ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିଲା। ଗତ କିଛି ଦିନ ହେବ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖୁବ୍‌ ଜଟିଳ ହୋଇପଡ଼ିଥିଲା। ଚିକିତ୍ସାଧୀନ ଅବସ୍ଥାରେ ରବିବାର ତାଙ୍କର ଦେହାନ୍ତ ଘଟିଛି। ଅଭିନେତା ଯଶପାଲ ଶର୍ମା ସାମାଜିକ ଗଣମାଧ୍ୟମ ଜରିଆରେ ତାଙ୍କ ମୃତ୍ୟୁ ନେଇ ସୂଚନା ଦେଇଛନ୍ତି।

୧୯୮୦ରେ ଅଭିନୟରେ ସ୍ନାତକୋତ୍ତର ଡିପ୍ଲୋମା କୋର୍ସ କରିଥିବା ମଙ୍ଗଲ ଢିଲୋଁ ଏକ ସମୟରେ ଟେଲିଭିଜନ୍‌ ଓ ଚଳଚ୍ଚିତ୍ର ଶିଳ୍ପରେ କାର୍ୟ୍ୟ କରୁଥିଲେ। ପ୍ରଥମେ ସେ ୧୯୮୬ରେ ପ୍ରସାରିତ ଟେଲିଭିଜନ୍‌ ଶୋ’ ‘କଥା ସାଗର’ରେ ଅଭିନୟ କରିଥିଲେ। ସେହି ବର୍ଷ ମଧ୍ୟ ଆଉ ଏକ ଟିଭି ଶୋ’ ‘ବୁନିୟାଦ୍‌’ରେ ଲୁଭାୟା ରାମ୍‌ ଚରିତ୍ରରେ ଅଭିନୟ କରିଥିଲେ। ତା’ପରେ ୧୯୮୮ରେ ରେଖାଙ୍କ ଅଭିନୀତ ‘ଖୁନ୍‌ ଭରି ମାଙ୍ଗ୍‌’ ଚଳଚ୍ଚିତ୍ରରେ ଜଣେ ଆଡ୍‌ଭୋକେଟ୍‌ ଚରିତ୍ରରେ ଅଭିନୟ କରିଥିଲେ। କିଛି ବର୍ଷ ଚଳଚ୍ଚିତ୍ରରେ ଅଭିନୟ କରି ପୁଣି ୧୯୯୩ରେ ଟିଭି ଶୋ’ ‘ଜୁନୁନ୍‌’ରେ ସୁମେର୍‌ ରାଜବଂଶ ଭୂମିକାରେ ଅଭିନୟ କଲେ। ସେହିପରି ୨୦୦୦ ମସିହାରେ ପ୍ରସାରିତ ଟଭି ଶୋ’ ‘ନୂରଜହାଁ’ରେ ଆକ୍‌ବର୍‌ ଭୂମିକାରେ ଅଭିନୟ କରିଥିଲେ। ଏହାବ୍ୟତୀତ ‘କିସ୍‌ମତ୍‌’, ‘ଦି ଗ୍ରେଟ୍‌ ମରାଠା’, ‘ପାନ୍ଥର୍‌’, ‘ଘୁଟନ୍‌’, ‘ସାହିଲ୍‌’, ‘ମୌଲାନା ଆଜାଦ୍‌’, ‘ମୁଜ୍‌ରିମ୍‌ ହାଜିର୍‌’, ‘ରିସ୍ତା’, ‘ଯୁଗ୍’ ଆଦି ଟିଭି ଶୋ’ରେ  ସେ ଅଭିନୟ କରିଛନ୍ତି।

- Advertisement -

ପଞ୍ଜାବର ଫରିଦକୋଟରେ ଜନ୍ମିତ ମଙ୍ଗଲ ‘ଖୁନ୍‌ ଭରି ମାଙ୍ଗ୍‌’, ‘ଜଖ୍‌ମୀ ଔରତ୍‌’, ‘ଦୟାବାନ୍‌’, ‘କାହାଁ ହୈ କାନୁନ୍‌’, ‘ନାକା ବନ୍ଦୀ’, ‘ଅମ୍ବା’, ‘ଅକେଲା’, ‘ଦଲାଲ୍‌’, ‘ପ୍ୟାର୍‌ କା ଦେବତା’, ‘ରଣଭୂମୀ’, ‘ସ୍ବର୍ଗ ୟହାଁ ନରକ୍‌ ୟହାଁ’, ‘ବିଶ୍ବାତ୍ମା’, ‘ଦିଲ୍‌ ତେରା ଆଶିକ୍’, ‘ଟ୍ରେନ୍‌ ଟୁ ପାକିସ୍ତାନ’, ‘ଜାନାଶୀନ୍‌’ ଆଦି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories