ତାତିରେ କଲବଲ ରାଜ୍ୟବାସୀ; ଝାରସୁଗୁଡ଼ା ଓ ସମ୍ବଲପୁର ଶୀର୍ଷରେ

ଭୁବନେଶ୍ବର: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ଡହଡହ ଖରାରେ ସିଝୁଛନ୍ତି ରାଜ୍ୟବାସୀ। ରବିବାର ଦିନ ୨ ଟା ୩୦ ସୁଦ୍ଧା ୪ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଝାରସୁଗୁଡ଼ା ଓ ସମ୍ବଲପୁର ସର୍ବାଧିକ ତାପମାତ୍ରା ୪୩.୨ ଡିଗ୍ରୀ ରେକର୍ଡ଼ କରାଯାଇଥିବା ବେଳେ ହୀରାକୁଦ ୪୨.୪ ଡିଗ୍ରୀ ଓ ଭୁବନେଶ୍ବର ୪୧.୮ ଡିଗ୍ରୀ ରହିଛି।

ସେହିପରି ଚାନ୍ଦବାଲି ୩୯.୨, କେନ୍ଦୁଝର ୩୯, ପୁରୀ ୩୬.୮, ବାଲେଶ୍ବର ୩୬.୨, ଗୋପାଳପୁର ୩୬, ପରାଦୀପ ୩୪ ଡିଗ୍ରୀ ତାପମାତ୍ରା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Comments are closed.