www.samajalive.in
Sunday, December 14, 2025
26.1 C
Bhubaneswar

ମାହେଶ୍ୱରୀ ପ୍ରସାଦ ମେମୋରିଆଲ ନକଆଉଟ କ୍ରିକେଟ ପ୍ରତିଯୋଗିତା ଉଦଯାପିତ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡସ୍ଥିତ ମାହେଶ୍ୱରୀ ପ୍ରସାଦ ଖେଳପଡିଆଠାରେ ଲାଞ୍ଜିଗଡ କ୍ରିକେଟ କ୍ଳବ ଆନୁକୂଲ୍ୟରେ ମାହେଶ୍ୱରୀ ପ୍ରସାଦ ମେମୋରିଆଲ କ୍ରିକେଟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ ମ୍ୟାଚ୍ ହରେକୃଷ୍ଣପୁର ଓ ଜଗନ୍ନାଥପୁର ଦଳ ମଧ୍ୟରେ ହୋଇଥିଲା। ଜଗନ୍ନାଥପୁର ଦଳ ପ୍ରଥମେ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲେ ଏବଂ ହରେକୃଷ୍ଣପୁର ଦଳକୁ ଫିଲଡିଂ କରିବାକୁ ଦେଇଥିଲେ। ଜଗନ୍ନାଥପୁର ଦଳ ୧୨ ଓଭର ୭ ଉଇକେଟ ବିନିମୟରେ ୧୧୭ ରନ୍ କରିଥିବା ବେଳେ ଜବାବରେ ହରେକୃଷ୍ଣପୁର ଦଳ ୧୨ ଓଭରରେ ୯ ଉଇକେଟ ବିନିମୟରେ ୯୦ ରନ୍ କରି ଜଗନ୍ନାଥପୁର ଦଳ ଠାରୁ ପରାଜୟ ହୋଇଥିଲେ।

ଏହି ଉଦଯାପନୀ ଫାଇନାଲ ମ୍ୟାଚରେ ଜଗନ୍ନାଥପୁର ଦଳ ୨୭ ରନରେ ବିଜୟୀ ହେଇଥିଲା। ଏହି ଉଦଯାପନୀ ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଲାଞ୍ଜିଗଡ ପୂର୍ବତନ ବିଧାୟକ ଶିବାଜୀ ମାଝୀ, ଲାଞ୍ଜିଗଡ ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟ ପରୀକ୍ଷିତ ନାଏକ, ଲାଞ୍ଜିଗଡ ବିଧାୟକ ପ୍ରତିନିଧି ପ୍ରଦୀପ ଘଡେଇ, ଲାଞ୍ଜିଗଡ ସରପଞ୍ଚ ସରସ୍ବତୀ ମୁଣ୍ଡା, ଲାଞ୍ଜିଗଡ ନାଏବ ସରପଞ୍ଚ ହରିକୃଷ୍ଣ ହରିଜନ, ଲାଞ୍ଜିଗଡ ରାଜା ସୁରେନ୍ଦ୍ର ପ୍ରତାପ ସିଙ୍ଗଦେଓ, ଲାଞ୍ଜିଗଡ ଆଞ୍ଚଳିକ ବିକାଶ ପରିଷଦ ସଭାପତି ଶ୍ରୀଧର ପେଶନିଅI, ଲାଞ୍ଜିଗଡ ପୂର୍ବତନ ସରପଞ୍ଚ ଚନ୍ଦ୍ରଧ୍ବଜ ପେଶନିଆ, ସମାଜସେବୀ ସୁବାଷ ଅଗ୍ରୱାଲ, ସମିତି ସଭ୍ୟ ମନୋହର ହରପାଲ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପ୍ରତିଯୋଗିତା ଗତ ମାସ ୨୫ ତାରିଖ ଠାରୁ ଆରମ୍ଭ ହେଇ ୧୦ ତାରିଖରେ ଶେଷ ହେଇଥିବା ବେଳେ ଏଥିରେ ୧୬ ଟି ଦଳ ସାମିଲ ହେଇଥିଲେ ବୋଲି ଲାଞ୍ଜିଗଡ କ୍ରିକେଟ କ୍ଳବ ତରଫରୁ ସୂଚନା ମିଳିଛି। ଏହି ଉଦଯାପନୀ ମ୍ୟାଚରେ ଧାରା ବିବରଣୀ ମନୋଜ ଗୌଡ଼ ଏବଂ ସ୍କୋର ବୋର୍ଡ଼ରେ ଜଗଦାନନ୍ଦ ଗୌଡ଼ କାର୍ଯ୍ୟ ତୁଲାଇଥିବା ବେଳେ ଖେଳ ପରିଚାଳନା ଶୁଭେନ୍ଦୁ ସିଂ ଏବଂ କିଶୋର ମୁଣ୍ଡଛୀନା କରିଥିଲେ। ଏହି ମାହେଶ୍ୱରୀ ପ୍ରସାଦ ମେମୋରିଆଲ କ୍ରିକେଟ ପ୍ରତିଯୋଗୀତା କାର୍ଯ୍ୟକ୍ରମରେ ଲାଞ୍ଜିଗଡ କ୍ରିକେଟ କ୍ଳବ ପକ୍ଷରୁ ବିଜୟ ଗଉଡ଼, ମିଲନ୍ ନାୟକ, ଶୁଭେନ୍ଦୁ ସିଂ, ଅଶ୍ଵିନୀ ତାଣ୍ଡି,ସୋନୁ ନାଏକ, ଆକାଶ ଛତ୍ରିଆ, ଅନୁରାଗ ହରିଜନ, ଡ଼ମ୍ବୁରୁ ମାଝୀ, କାର୍ବି ମାଝୀ, ଶିବା ପ୍ରଧାନୀ ଓ ଲାଞ୍ଜିଗଡ କ୍ରିକେଟ କ୍ଳବର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories