ତିଗିରିଆ : ତିଗିରିଆ ନିଜିଗଡ଼ ଗୋହିରୀଦ୍ବାର ଛକରେ ଥିବା ହନୁମାନ ମନ୍ଦିର ଉପରେ ବଜ୍ରପାତ ହୋଇଥିଲା। ଫଳରେ ମନ୍ଦିରରୁ ବଡ ସିମେଣ୍ଟ ପଲସ୍ତରା ଖଣ୍ଡ ଛାଡ଼ିବା ସହିତ କାନ୍ଥ ଫାଟି ଯାଇଛି। ଶନିବାର ସନ୍ଧ୍ୟା ସମୟରେ ତିଗିରିଆ ଅଞ୍ଚଳରେ ଭୀଷଣ ଘଡ଼ଘଡ଼ି ସହିତ ବର୍ଷା ହୋଇଥିଲା। ଏହି ସମୟରେ ହନୁମାନ ମନ୍ଦିର ଉପରେ ବଜ୍ରପାତ ହୋଇଥିଲା। ଫଳରେ ମନ୍ଦିର କାନ୍ଥ ଫାଟିଯିବା ସହିତ ଏକ ବଡ଼ ସିମେଣ୍ଟ ପଲସ୍ତରା ଖଣ୍ଡ ଛାଡି ରାସ୍ତା ଉପରେ ପଡିଥିବା ବେଳେ ଏଥିରେ କୌଣସି ଧନଜୀବନ କ୍ଷତିଗ୍ରସ୍ତ ହୋଇନାହିଁ।
Popular Categories



