www.samajalive.in
Tuesday, December 9, 2025
15.1 C
Bhubaneswar

ଅସହ୍ୟ ତାତି ; ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ସୂଚନା ଜାରି

ଭୁବନେଶ୍ୱର : ସାରା ରାଜ୍ୟରେ ଅନୁଭବ ହେଉଛି ଅସହ୍ୟ ତାତି ସହ ପ୍ରବଳ ଗୁଳୁଗୁଳି। ରାଜ୍ୟର ଅଧିକାଂଶ ସ୍ଥାନ ସହ ରାଜଧାନୀ ଭୁବନେଶ୍ୱରରେ ସକାଳ ୮ଟାରେ ତାପମାତ୍ରା ୩୨.୨ ଡିଗ୍ରୀ ରେକର୍ଡ କରାଯାଇଛି। ଆଦ୍ରତା ୭୯ ପ୍ରତିଶତ ରହିଥିବାରୁ ଅନୁଭବ ହେଉଛି ଅସହ୍ୟ ଗୁଳୁଗୁଳି। ସେହିପରି ପଶ୍ଚିମ ଓଡିଶାରେ ଅନୁଭବ ହେଉଛି ଅସହ୍ୟ ତାତି। ସାଢେ ୮ଟାରେ ସମ୍ବଲପୁର ତାପାମତ୍ରା ୩୬ ଡିଗ୍ରୀ ରେକର୍ଡ କରାଯାଇଛି। ଝାରସୁଗୁଡା ତାପମାତ୍ରା ୩୫.୪ ଓ ହୀରାକୁଦ ୩୫.୨ ଡିଗ୍ରୀ ରେକର୍ଡ କରାଯାଇଛି।
ଉପକୂଳ ଓଡିଶାର କିଛି ଜିଲାରେ ପାଗ ଆଂଶିକ ମେଘାଚ୍ଛନ୍ନ ରହିଥିବା ଦେଖାଦେଇଛି।
ଆକାଶ ଆଂଶିକ ମେଘାଚ୍ଛନ୍ନ ଥିବାରୁ ତାପମାତ୍ରା ସାମାନ୍ୟ ହ୍ରାସ ହୋଇଛି। ଆଦ୍ରତା ଅଧିକ ରହୁଥିବାରୁ ଉପକୂଳରେ ଅଧିକ ଗୁଳୁଗୁଳି ଅନୁଭବ ହେଉଛି। ସାଢେ ୮ଟା ସୁଦ୍ଧା ପୁରୀ ଆଦ୍ରତା ୮୬%, କଟକ ୭୬%, ଗୋପାଳପୁର ୭୫%, ବାଲେଶ୍ୱର ଓ ଚାନ୍ଦବାଲି ୬୫%, ପାରାଦ୍ୱୀପ ୬୩%ରହିଛି। ଏହାମଧ୍ୟରେ ଆଗାମୀ ୫ ଦିନ ଯାଏଁ ତାପମାତ୍ରାରେ ପରିବର୍ତ୍ତନ ସମ୍ଭାବନା ନଥିବା ନେଇ ସୂଚନା ମିଳିଛି। ୩ ରୁ ୪ ଦିନ ଗ୍ରୀଷ୍ମ ପ୍ରବାହ ସହ ଉପକୂଳରେ ଗୁଳୁଗୁଳି ଜାରି ରହିବ। କିଛି ସ୍ଥାନରେ ସ୍ୱାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ତାପମାତ୍ରା ଅଧିକ ରହିବ। ଆସନ୍ତା ୨୪ ଘଣ୍ଟା ପାଇଁ ୯ ଜିଲାକୁ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ସୂଚନା ଜାରି କରାଯାଇଛି। ଝାରସୁଗୁଡା, ସମ୍ବଲପୁର, ବରଗଡ, ସୋନପୁର, ସୁନ୍ଦରଗଡ, ବଲାଙ୍ଗୀର, ବୌଦ୍ଧ, ମୟୁରଭଞ୍ଜ ଓ କେନ୍ଦୁଝର ପାଇଁ ୱାର୍ଣ୍ଣିଂ ଜାରି କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories