www.samajalive.in
Saturday, December 6, 2025
15.1 C
Bhubaneswar

୧୪ ଜଣଙ୍କୁ ରେଡକ୍ରସରୁ ୧ ଲକ୍ଷ ୯ ହଜାର ଟଙ୍କାର ସହାୟତା ପ୍ରଦାନ 

ବୌଦ୍ଧ : ବୌଦ୍ଧ ଜିଲାପାଳଙ୍କ କାର୍ୟ୍ୟାଳୟ ଠାରେ ଜିଲାପାଳ ସତ୍ୟରଂଜନ ସାହୁ ୧୪ ଜଣଙ୍କୁ ଉଚ୍ଚଚିକିତ୍ସା ଏବଂ ଜିବିକା ନିର୍ବାହ ପାଇଁ ୧ ଲକ୍ଷ ୯ ହଜାର ଟଙ୍କାର ସହାୟତା ପ୍ରଦାନ କରିଛନ୍ତି । ଜିଲାପାଳ ସତ୍ୟରଂଜନ ସାହୁ ଜିଲା ରେଡକ୍ରସ ଫଣ୍ଡରୁ ୧୪ ଜଣଙ୍କୁ ଏହି ସହାୟତା ପ୍ରଦାନ କରିଛନ୍ତି । ବ୍ଳଡ କ୍ୟାନସର ପୀଡିତ ଜଣେ ନାବାଳକ, ବ୍ରେନଟ୍ୟୁମରରେ ପୀଡିତ ଆଉଜଣେ ନାବାଳକଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଗୋଟିଏ ଦିନରେ ସାମିଲ କରାଯାଇ ଚିକିତ୍ସା ସହାୟତା ପ୍ରଦାନ କରାଯାଇଛି । କେତେକ ବରିଷ୍ଠ ନାଗରିକଙ୍କ ଜିବୀକା ନିର୍ବାହ ପାଇଁ ମଧ୍ୟ ସହାୟତା ପ୍ରଦାନ କରାଯାଇଛି । ଏହା ସହିତ ଜଣଙ୍କୁ ଏକ ତିନିଚକିଆ ସାଇକେଲ ଜିଲାପାଳ ସତ୍ୟରଂଜନ ସାହୁ ପ୍ରଦାନ କରିଛନ୍ତି । ସହାୟତା ପ୍ରଦାନ ସମୟରେ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର୍ୟ ଭଞ୍ଜନ ମଦନ ମୋହନ ପାତ୍ର, ରେଡକ୍ରସ ଅଧିକାରୀ ଚନ୍ଦ୍ରକାନ୍ତ ବେହେରା ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories