www.samajalive.in
Saturday, December 6, 2025
15.1 C
Bhubaneswar

କାମାରକୁଡା ଜଙ୍ଗଲରୁ ଗଞ୍ଜେଇ ଜବତ ; ଅଭିଯୁକ୍ତ ଫେରାର

ବୌଦ୍ଧ : ବୌଦ୍ଧ ପୁଲିସ ପକ୍ଷରୁ ପ୍ରତିଦିନ ବ୍ୟାପକ ଭାବେ ବେଆଇନ ଗଞ୍ଜେଇ ଚାଲାଣ ଓ ରଖିବା ଉପରେ ଚଢାଉ ଜାରି ରଖିଛି। ଗତ ସୋମବାର ଦିନ  ବୌଦ୍ଧ ପୁଲିସ ବଘିଆପଡା ଅଞ୍ଚଳର କାମରକୁଡା ଜଙ୍ଗଲରେ ଗଞ୍ଜେଇ ଥିବା ଖବର ପାଇ ଚଢାଉ କରିଥିଲା। ପୁଲିସ ଚଢାଉ ସମୟରେ ଜଙ୍ଗଲ ମଧ୍ୟରୁ ବିପୁଳ ମାତ୍ରାରେ ଗଞ୍ଜେଇ ଦେଖିବାକୁ ପାଇବା ସହ ଗଞ୍ଜେଇ ନିକଟରେ ଥିବା କାମାରକୁଡା ଗ୍ରାମର ଅଭିଯୁକ୍ତ ମହେଶ୍ୱର ମଲିକ (୪୬) ଜଙ୍ଗଲ ଆଡକୁ ପଲାଇଥିବା ପୁଲିସ ଜାଣିବାକୁ ପାଇଥିଲା। ସେଠାରୁ ୧୧ ଗୋଟି ବସ୍ତାରେ ଥିବା ଗଞ୍ଜେଇ  ଜବତ କରିବା ସହ ଗଂଜେଇ ଓଜନ ପରେ ୫ କୁଇଣ୍ଟାଲ ୫୦ କେଜି ହୋଇଥିଲା। ଏନେଇ ପୁଲିସ ଅଭିଯୁକ୍ତ ମହେଶ୍ୱର ନାମରେ ବୌଦ୍ଧ ଥାନାରେ ଏକ ମାମଲା ୨୨୬/୨୩ରେ ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories