www.samajalive.in
Saturday, December 6, 2025
15.1 C
Bhubaneswar

ଅବକାରୀ ଚଢ଼ାଉ; ଦେଶୀମଦ ଜବତ; ଦୁଇ ଗିରଫ

ଆଠଗଡ : ଆଠଗଡ ଅବକାରୀ ବିଭାଗ ପକ୍ଷରୁ ବୁଧବାର ଚଢ଼ାଉ କରାଯାଇ ୩୮ ଲିଟର ଦେଶୀ ମଦ ଜବତ କରାଯିବା ସହ ଘଟଣାରେ ସମ୍ପୃକ୍ତ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଆଠଗଡ ଥାନା ଅନ୍ତର୍ଗତ ରାଜନଗର ଗ୍ରାମର ଅଜୟ ସାହୁଙ୍କ ଠାରୁ ୨୦ ଲିଟର ଓ ରାଧାମାଧବପୁରର ଶଙ୍କର ଜେନାଙ୍କଠାରୁ ୧୮ଲିଟର ଦେଶୀମଦ ଜବତ କରାଯିବା ସହ ଉଭୟଙ୍କୁ ଗିରଫ କରାଯାଇଥିଲା । ଏହି ଚଢାଉରେ ଆଠଗଡ ଅବକାରୀ ନିରୀକ୍ଷକ କେଶବ ଚନ୍ଦ୍ର ଦାସ , ଉପ ନିରୀକ୍ଷକ ସୌମ୍ୟ ରଞ୍ଜନ ମାଝୀ ପ୍ରମୁଖଙ୍କ ସମେତ ଅନ୍ୟ ଅବକାରୀ କର୍ମଚାରୀ ସାମିଲ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories