www.samajalive.in
Saturday, December 6, 2025
15.1 C
Bhubaneswar

ମୁଣ୍ଡଳୀଠାରେ ଛତିଶଗଡ ପର୍ଯ୍ୟଟକଙ୍କୁ ଆକ୍ରମଣ ଘଟଣା ; ଗିରଫ ସଂଖ୍ୟା ୫

ଆଠଗଡ :  ଆଠଗଡ ଥାନା ଅନ୍ତର୍ଗତ ମୁଣ୍ଡଳୀ ପୋଲର ଟୋଲଗେଟରେ ଛତିଶଗଡ ପର୍ୟ୍ୟଟକଙ୍କୁ ଆକ୍ରମଣ ଘଟଣାରେ ସମ୍ପୃକ୍ତ ଆଉ ଜଣେ ଅଭିଯୁକ୍ତକୁ ପୁଲିସ ଗିରଫ କରି ଅଦାଲତ ଚାଲାଣ କରିଛି । ଗତ ମେ ୨୩ ତାରିଖରେ ଟୋଲ ଦେୟ ଦେଣନେଣକୁ ନେଇ ମୁଣ୍ଡଳୀ ଟୋଲ ଗେଟର ୧୫ରୁ ଉର୍ଦ୍ଧ କର୍ମଚାରୀଙ୍କ ଆକ୍ରମଣରେ ପୁରୀ ବୁଲାବୁଲି କରି ଦୁଇଟି ବସରେ ଛତିଶଗଡ ଫେରୁଥିବା ୭୦ ପର୍ୟ୍ୟଟକଙ୍କ ମଧ୍ୟରୁ ୧୫ ପୁରୁଷ ଓ ମହିଳା ପର୍ୟ୍ୟଟକ ଆହତ ହୋଇଥିଲେ। ଏହି ଘଟଣା ହଇଚଇ ସୃଷ୍ଟି କରିଥିଲା। ସିସିଟିଭି ଫୁଟେଜ ଦେଖି ଉକ୍ତ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ମଧ୍ୟରୁ ସଙ୍ଗେ ସଙ୍ଗେ ୪ ଜଣଙ୍କୁ ପୁଲିସ ଗିରଫ କରିଥିବା ବେଳେ ଅନ୍ୟମାନେ ଫେରାର ହୋଇ ଯାଇଥିଲେ। (ମଙ୍ଗଳବାର) ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆଇଆଇସି ବାମଦେବ ସ୍ବାଇଁଙ୍କ ନିର୍ଦ୍ଦେଶକ୍ରମେ ଉପ-ନିରୀକ୍ଷକ ବିଶ୍ଵଜିତ ଜେନା ସଦଳବଳେ କଟକିଆସାହି ପାଟେଣିଗାଁରେ ଚଢାଉ କରି ଅନ୍ୟତମ ଅଭିଯୁକ୍ତ କ୍ଷୀରୋଦ ପ୍ରଧାନ ଓରଫ ସରୁଆକୁ ଗିରଫ କରିଥିଲେ। ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ ଉପ-ନିରୀକ୍ଷକ ସକୁନ୍ତଳା ଦାସ କହିଛନ୍ତି। ସୂଚନା ଥାଉକି ଉକ୍ତ ଘଟଣା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମତେ ମୁଣ୍ଡଳି ଗେଟରୁ ଟୋଲ ଆଦାୟକୁ ବନ୍ଦ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories