www.samajalive.in
Saturday, December 6, 2025
15.1 C
Bhubaneswar

ପୋଖରୀରେ ବୁଡି ୨ ମହିଳା ମୃତ

ଜି.ଉଦୟଗିରି: ସ୍ଥାନୀୟ ଥାନା ଅନ୍ତର୍ଗତ ଲିଙ୍ଗାଗଡ ଗ୍ରାମ ନିକଟରେ ଥିବା କୁତୁଲୁମା ପୋଖରୀରେ ଆଜି ବୁଡିଯାଇ ୨ ଜଣ ମହିଳା ମୃତ୍ୟୁବରଣ କରିଥିବା ଜଣାପଡିଛି। ବିବରଣୀରୁ ପ୍ରକାଶ ଯେ ଆଜି ସକାଳ ପ୍ରାୟ ୭ଟା ସମୟରେ ସ୍ଥାନୀୟ ବ୍ଳକ ଓ ଥାନା ଅନ୍ତର୍ଗତ ଲିଙ୍ଗାଗଡ ଗ୍ରାମର ଜଚେନ୍ଦ୍ର ପ୍ରଧାନଙ୍କ ସ୍ତ୍ରୀ ସୂର୍ୟ୍ୟକାନ୍ତି ପ୍ରଧାନ ଓ ବଳଦେବ ପ୍ରଧାନଙ୍କ ସ୍ତ୍ରୀ କୁରୁମଣୀ ପ୍ରଧାନ ବିଲରେ ଗୋବର ଖତ ପକାଇବାକୁ ଯାଇଥିଲେ। ବିଲରୁ କାମ ସାରି ଫେରୁଥିବା ବେଳେ ଗାଧୋଇବାକୁ କୁତୁଲୁମା ବନ୍ଧକୁ ଯାଇଥିଲେ। ସେଠାରେ କୌଣସି କାରଣରୁ ଉଭୟ ବୁଡିଯାଇଥିଲେ। ଗ୍ରାମବାସୀ ଏ ନେଇ ଜି.ଉଦୟଗିରି ଅଗ୍ନିଶମ କାର୍ୟ୍ୟାଳୟକୁ ସୂଚନା ଦେଇଥିବାବେଳେ ଅଗ୍ନିଶମ ଅଧିକାରୀ ମନୋରଞ୍ଜନ ପାଢୀ ଏକ ଦଳ (ଟିମ) ସହ ଘଟଣାସ୍ଥଳରେ ପହଞ୍ଚି ୨ ମହିଳାଙ୍କୁ ପୋଖରୀରୁ ଉଦ୍ଧାର କରି ଜି.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ଜି.ଉଦୟଗିରି ଥାନା ଅଧିକାରୀ ଅଜୟ କୁମାର ସ୍ବାଇଁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ପ୍ରକାଶ ଥାଉକି ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ବନ୍ଧକୁ ଗାଧୋଇବାକୁ ଖସୁଥିବାବେଳେ ଗୋଡ ଖସିଯାଇ ପ୍ରଥମେ କୁରୁମଣୀ ବୁଡି ଯାଇଥିବାବେଳେ ସୂର୍ୟ୍ୟକାନ୍ତି ତାଙ୍କୁ ଉଦ୍ଧାର କରିବାକୁ ଯାଇ ସେ ମଧ୍ୟ ଗଭୀର ପାଣିରେ ବୁଡିଯାଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories