www.samajalive.in
Sunday, December 14, 2025
15.1 C
Bhubaneswar

ଗୁରୁବାର ରାଶିଫଳ ୦୮.୦୬.୨୦୨୩

ମେଷ: ଜ୍ଞାନର ପ୍ରଦୀପ ଦ୍ବାରା ଅଜ୍ଞାନ ଅନ୍ଧକାରକୁ ଦୂର କରିପାରନ୍ତି। ମନ ପ୍ରସନ୍ନ ରହିବ। ଆୟୁଷ୍ମାନ୍‌ ହେବେ। ବ୍ୟବସାୟ ଲାଭଜନକ ହେବ। ଦୟାର୍ଦ୍ରଚିତ୍ତ ହୋଇପାରନ୍ତି। ପାରିବାରିକ ସ୍ନେହ ରହିବ।
ବୃଷ: ଜୀବନରେ ସୁଖସମୃଦ୍ଧି ପାଇଁ କେବଳ ଭାଗ୍ୟ ଉପରେ ନିର୍ଭର ନ କରି କର୍ମତତ୍ପର ହେବାକୁ ପଡ଼ିବ। ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହୋଇପାରନ୍ତି। ସପତ୍ନୀକ ଆନନ୍ଦ ଉପଭୋଗ କରିବେ।
ମିଥୁନ: ଆଶୁ ବିପଦକୁ ଡରିଲେ ସେ ଡରାଇବ; ମାତ୍ର ତା’ର ମୁକାବିଲା କଲେ ସେ ଲୁଚିଯିବ। ସ୍ବାଭିମାନୀ ହୋଇପାରନ୍ତି। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ଯାନବାହନ ଚାଳନାରେ ସତର୍କ ରହିବେ।
କର୍କଟ: ସମ୍ବେଦନା ସହିତ ଯୋଡ଼ି ହେଲେ ସେବାର ସାର୍ଥକତା ଉପଲବ୍ଧ ହେବ। ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ସେବା କ୍ଷେତ୍ରରେ ପତ୍ନୀଙ୍କ ପରାମର୍ଶ ଗ୍ରହଣୀୟ।
ସିଂହ: ଜଣେ କର୍ମଠ କର୍ମଚାରୀ ଭାବେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ। ଅନୁଦାନ ଊଣା ହେଲେ ବି ସେବା କାର୍ଯ୍ୟ ଅବ୍ୟାହତ ରଖିବେ। ଭ୍ରାତୃଭାବ ଅତୁଟ ରହିବ। ବାହ୍ୟ ଖର୍ଚ୍ଚକୁ ସୀମିତ କରିବେ।
କନ୍ୟା: ଉତ୍ତମ ବ୍ୟକ୍ତିତ୍ବସମ୍ପନ୍ନ ବ୍ୟକ୍ତିଭାବେ ପ୍ରତ୍ୟେକ କ୍ଷେତ୍ରରେ ଓ କାର୍ଯ୍ୟରେ ପ୍ରତିଷ୍ଠା ଲାଭ କରିବେ। ଉଦ୍ୟମ ନ ଥାଇବି ଧନାଗମ ହେବ। କନ୍ୟା ସନ୍ତାନ ପାଇଁ ଗର୍ବ ଅନୁଭବ କରିପାରନ୍ତି। ଧାର୍ମିକ ଓ ତେଜସ୍ବୀ ହେବେ।
ତୁଳା: ଜଣେ ଉଦାରଚେତା ବ୍ୟକ୍ତିଭାବେ ପ୍ରତ୍ୟେକ କ୍ଷେତ୍ରରେ ସହନଶୀଳ ମନୋଭାବ ନେଇ କାର୍ଯ୍ୟ କରିପାରନ୍ତି। ଦାନଧର୍ମରେ ଦୀକ୍ଷିତ ହେବେ। ଜଳଯାତ୍ରାରେ ବିପଦ ଅଛି। ଯାନବାହନ ସୁଖ ମିଳିବ।
ବିଛା: ଈଶ୍ବରୀୟ ଚେତନାରେ ଉଦ୍‌ବୁଦ୍ଧ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ଭାଷା ମଧୁର ଓ ବ୍ୟବହାର ଭଦ୍ରୋଚିତ ହେବ। ପ୍ରେମୀ ଓ ସାହସୀ ହେବେ। ଅନୁଜମାନଙ୍କଠାରୁ ଆଦର ସମ୍ମାନ ପ୍ରାପ୍ତ କରିବେ।
ଧନୁ: ସଂଯମପୂର୍ଣ୍ଣ ସତ୍‌ଚରିତ୍ରତାର ନିଦର୍ଶନ ହୋଇପାରନ୍ତି। ନିଜ କର୍ତ୍ତବ୍ୟ ପଥରେ ଆରୁଢ଼ ହୋଇ ଜୀବନକୁ ଯଜ୍ଞମୟ କରିପାରନ୍ତି। ସୌଭାଗ୍ୟଶାଳୀ ହେବେ। ମିତ୍ର ସୁଖ ମିଳିବ। ଶାନ୍ତିପ୍ରିୟ ହେବେ।
ମକର: ଶ୍ରୀଚନ୍ଦ୍ର ଭୋଗ ହେତୁ ପରିବାର, ବନ୍ଧୁବର୍ଗଙ୍କଠାରୁ ଆଦର, ସମ୍ମାନ ଓ ଶୁଭେଚ୍ଛା ପ୍ରାପ୍ତ ହେବେ। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମାଲିମୋକଦ୍ଦମାରେ ବିଜୟୀ ହେବେ। ଯାନବାହନ ସୁଖ ମିଳିବ।
କୁମ୍ଭ: ଧର୍ମ ନିକିତି ଧରି କର୍ମଚଞ୍ଚଳ ରହିବେ। ଏକାନ୍ତରେ ମୌନ ରହି ତପ ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ଶତ୍ରୁମାନେ ପିଛା ଛାଡ଼ି ନଥିବାରୁ କର୍ମକ୍ଷେତ୍ରରେ ସତର୍କତାର ସହ ଚଳିବାକୁ ପଡ଼ିବ।
ମୀନ: ମହାନ୍ କାର୍ଯ୍ୟରେ ବ୍ରତୀ ହୋଇ ଓ ମହତ୍‌ କାର୍ଯ୍ୟ ପାଇଁ ଜନସାଧାରଣଙ୍କୁ ସଚେତନ କରାଇ ପାରନ୍ତି। ସରକାରୀ ଓ ବେସରକାରୀ ସ୍ତରରୁ ଅର୍ଥାଗମ ଅବ୍ୟାହତ ରହିବ। କର୍ମଚଞ୍ଚଳ ରହିବେ। ଗୁଣଜ୍ଞ ହେବେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories