www.samajalive.in
Saturday, December 6, 2025
26.1 C
Bhubaneswar

ପ୍ରାଦେଶିକ ଶାରୀରିକ ଶିକ୍ଷା ଓ ଖେଳକୁଦ ପ୍ରଶିକ୍ଷଣ ଉଦ୍‌‌ଯାପିତ

କେନ୍ଦୁଝରଗଡ଼଼: ବିଦ୍ୟା ଭାରତୀ ଓ ଶିକ୍ଷା ବିକାଶ ସମିତି ଓଡ଼ିଶା ପକ୍ଷରୁ ୭ଦିନିଆ ପ୍ରାଦେଶିକ ଶାରୀରିକ ଶିକ୍ଷା ଓ ଖେଳକୁଦ ପ୍ରଶିକ୍ଷଣ ବୁଧବାର ଉଦ୍‌‌ଯାପିତ ହୋଇଯାଇଛି। ଜେଲରୋଡସ୍ଥିତ କେନ୍ଦୁଝରଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଅନୁଷ୍ଠିତ ଉଦ୍‌‌ଯାପନି ସଭାରେ ବିଦ୍ୟାଭାରତୀ ଖେଳ ପରିଷଦର ଅଖିଳ ଭାରତୀୟ ଉପାଧ୍ୟକ୍ଷ ତଥା ପ୍ରଶିକ୍ଷଣ ମୁଖ୍ୟ ପ୍ରଶିକ୍ଷକ ରଘୁନାଥ ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶାରୀରିକ ଶିକ୍ଷା ଉପରେ ଗୁରୁତ୍ୱଆରୋପ କରି ସୁସ୍ଥ ଶରୀର ଏକ ସୁସ୍ଥ ସମାଜ ଗଠନ କରିବାରେ ସହାୟକ ହୋଇପାରିବ ବୋଲି ନିଜ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ। କ୍ଷେତ୍ରୀୟ ଓ ପ୍ରାନ୍ତ ଶାରୀରିକ ଶିକ୍ଷା ସଂଯୋଜକ ବଳରାମ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ୭ଦିନ ଧରି ଚାଲିଥିବା ଉକ୍ତ ପ୍ରଶିକ୍ଷଣର ବିବରଣୀ ଉପସ୍ଥାପନ କରିଥିଲେ। ସ୍ଥାନୀୟ ବିଦ୍ୟାଳୟ ପରିଚାଳନା ସମିତି ସମ୍ପାଦକ ସୁଧାଂଶୁ ଶେଖର ପଣ୍ଡା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଚଳିତମାସ ୧ ତାରିଖରୁୁ ଚାଲିଥିବା ଏହି ପ୍ରଶିକ୍ଷଣରେ ପ୍ରତ୍ୟହ ୬ଟି କାଳାଂଶରେ ଶାରୀରିକ ଦକ୍ଷତା, ପାରମ୍ପରିକ ଖେଳ, ଖୋଖୋ, କବାଡି, ଭବିବଲ, ଦୌଡ, ଡିସକସ, ଜାଭେଲିନ, ସଟଫୁଟର ପ୍ରାୟୋଗାତ୍ମକ ଶିକ୍ଷା ପ୍ରଦାନ କରାଯାଇଥିଲା। ଏଥିସହ ସମତା, ସଞ୍ଚଳନ, ବ୍ୟାୟାମ ଯୋଗ, ଆସନ, ସୂର୍ଯ୍ୟ ନମସ୍କାର ଆଦି ଅଭ୍ୟାସ କରାଯାଇଥିଲା। ଉକ୍ତ ପ୍ରଶିକ୍ଷଣକୁ ପରିଚାଳନା ନିମନ୍ତେ ସହ-ପ୍ରାନ୍ତ ଶାରୀରିକ ଶିକ୍ଷା ସଂଯୋଜକ ସଞ୍ଜୟ କୁମାର ମିଶ୍ର, ପ୍ରାନ୍ତ ଶାରୀରିକ ଶିକ୍ଷା ପ୍ରମୁଖ ଦିଲ୍ଲୀପ କୁମାର ସାଥୁଆ, ସହ-ପ୍ରାନ୍ତ ଖେଳକୁଦ ପ୍ରମୁଖ ଦିଲ୍ଲୀପ କୁମାର କର, ଢେଙ୍କାନାଳ ବିଭାଗ ନିରୀକ୍ଷକ ତଥା ପୂର୍ବତନ ଶାରୀରିକ ଶିକ୍ଷା ସଂଯୋଜକ ସୁଶାନ୍ତ ପାଣିଗ୍ରାହୀ, ଅଖିଳ ଭାରତୀୟ କବାଡି ସଂଯୋଜକ ବିଭୁତି ଭୂଷଣ ଦାଶ, ସମ୍ବଲପୁର ସହ-ବିଭାଗ ନିରୀକ୍ଷକ ଗଣେଶ୍ୱର ପାତ୍ର ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories