www.samajalive.in
Saturday, December 6, 2025
16.1 C
Bhubaneswar

ବାଣ ଜବତ, ଜଣେ ଗିରଫ

ଗୋପାଳପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ ଗୋବିନ୍ଦପୁରରେ ଜନୈକ ବ୍ୟକ୍ତି ବେଆଇନ ଭାବେ ବାଣ ବିକ୍ରି କରୁଥିବା ଅଭିଯୋଗରେ ପୁଲିସ ଅଭିଯୁକ୍ତକୁ ଗିରଫ କରିବା ସହ ବାଣ ଜବତ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ସିଏଚ ରାମୁ ରେଡ୍ଡୀ ବୋଲି ପୁଲିସ ସୂଚନା ଦେଇଛି। ଏହା ସହ ୬୦ ହଜାର ଟଙ୍କା ବାଣ ଜବତ କରିଥିବା ଆଇଆଇସି ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି। ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ନିଜେ ଆଇଆଇସି ବିବେକାନନ୍ଦ ମହନ୍ତ ଏକ ଟିମ ଗଠନ କରି ରାମୁ ରେଡ୍ଡୀଙ୍କ ଏକ ଦୋକାନ ଘର ଉପରେ ଚଢାଉ କରି ଉକ୍ତ ବାଣ ଜବତ କରିଥିଲେ। ଗତ କିଛି ବର୍ଷ ଧରି ଅଭିଯୁକ୍ତ ଜଣଙ୍କ ବେଆଇନ ଭାବେ ବାଣ ରଖି ବ୍ୟବସାୟ କରି ଆସୁଥିଲେ।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories