ଡେସ୍କ: ବାଲେଶ୍ୱର ବାହାନଗାରେ ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ୬ ଦିନ ବିତିଥିବା ବେଳେ ଆଜି କୋଲକାତା ଶାଲିମାରରୁ ପୁଣି ୧୨୪୮୧ କରମଣ୍ଡଳ ଏକ୍ସପ୍ରେସ ଯାତ୍ରା ଆରମ୍ଭ କରିଛି। ଜୁନ ୨ରେ ଦୁର୍ଘଟଣା ପରେ ପ୍ରଥମ ଥର ପାଇଁ ଏହି ଟ୍ରେନ ପୁଣି ଶାଲିମାରରୁ ଚେନ୍ନାଇକୁ ଆଜି ଅପରାହ୍ନ ୩ଟା ୨୦ ମିନିଟରେ ଯାତ୍ରା ଆରମ୍ଭ କରିଛି।
କରମଣ୍ଡଳ ଏକ୍ସପ୍ରେସକୁ ଦେଖିବା ପାଇଁ ବିଭିନ୍ନ ସ୍ଥାନରେ ଲୋକମାନେ ଅପେକ୍ଷା କରି ଛିଡା ହୋଇଛନ୍ତି। ତେବେ ଦୁର୍ଘଟଣା ଘଟିବା ପରେ ଆଜି ଏହି ଏକ୍ସପ୍ରେସ ନିର୍ଦ୍ଧାରିତ ବେଗ ଠାରୁ କମ ବେଗରେ ଯାତ୍ରା କରୁଛି। ଏବେ ଏହା ଘଣ୍ଟା ପ୍ରତି ୬୫ କିଲୋମିଟର ବେଗରେ ଯାତ୍ରା କରୁଛି। ଶାଲିମାରରୁ ଚେନ୍ନାଇ ମଧ୍ୟରେ ୧୪ଟି ଷ୍ଟେସନରେ ରହଣି କରିବ କରମଣ୍ଡଳ ଏକ୍ସପ୍ରେସ। ୨୫ ଘଣ୍ଟା ୩୦ ମିନିଟ ଅବଧି ମଧ୍ୟରେ ଏହା ୧୬୫୯ କିଲୋମିଟର ଅତିକ୍ରମ କରି ଚେନାଇରେ ପହଂଚିବ। ତେବେ ଆଜି ଏହି ଏକ୍ସପ୍ରେସରେ ଖୁବ କମ ସଂଖ୍ୟକ ଯାତ୍ରୀ ଯାତ୍ରା କରୁଥିବା ଜଣାପଡିଛି।



