www.samajalive.in
Friday, December 12, 2025
15.1 C
Bhubaneswar

ମୋ ଘର ଯୋଜନା ସଂକ୍ରାନ୍ତରେ ବ୍ଲକ ସ୍ତରୀୟ ଆଲୋଚନା

ତିଗିରିଆ: ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କ ପାଇଁ ବ୍ୟାଙ୍କ ଋଣ ପ୍ରଦାନର ସୁବିଧା ଯୋଗାଇ ଦେଇ ସେମାନଙ୍କୁ ନୂତନ ଗୃହ ନିର୍ମାଣ, ଗୃହ ଉନ୍ନତିକରଣ, ସମ୍ପ୍ରସାରଣ ଆଦି ଲକ୍ଷ୍ୟ ରଖି ରାଜ୍ୟ ସରକାର ମୋ ଘର ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଏହି ପରିପ୍ରେକ୍ଷୀରେ ଯୋଜନା ସମ୍ପର୍କରେ ଏକ ସଚେତନତା ଭିତ୍ତିକ ବ୍ଲକ ସ୍ତରୀୟ ଆଲୋଚନାଚକ୍ର ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ସନ୍ଧ୍ୟାରାଣୀ ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ଯୋଜନାର ଲକ୍ଷ୍ୟ, ଆଭିମୁଖ୍ୟ, ହିତାଧିକାରୀଙ୍କ ବୈଧତା, ଯୋଜନାର ନୀତି ନିୟମ, ଏବଂ ବ୍ୟାଙ୍କ ମାଧ୍ୟମରେ ଋଣ ମଞ୍ଜୁରୀ, ଗ୍ରହଣ ଓ ପରିଶୋଧ, ବ୍ଲକ ଏବଂ ବ୍ୟାଙ୍କ ବ୍ୟବସ୍ଥାର ଭୂମିକା ଆଦି ବ୍ୟବସ୍ଥା ସଂପର୍କରେ ବିଷଦ ଆଲୋଚନା କରାଯାଇଥିଲା। ଏହାକୁ କିଭଳି ଭାବେ ପ୍ରତି ପଞ୍ଚାୟତ ସ୍ତରରେ ସଫଳ ଓ ବ୍ୟାପକ ସଚେତନ କରାଯାଇ ପାରିବ ସେ ନେଇ ବିଡ଼ିଓ ପ୍ରଣବ କୁମାର ବେହେରା ଆଲୋଚନା କରିଥିଲେ। ଏହି ବୈଠକରେ ଅତିରିକ୍ତ ବିଡ଼ିଓ ଅଭିପ୍ସା ସ୍ବାଇଁ, ଗ୍ରାମ ପଞ୍ଚାୟତ ଅଧିକାରୀ ଶରତ କୁମାର ଲେଙ୍କା, ସହକାରୀ ଯନ୍ତ୍ରୀ ଅଶୋକ କୁମାର ନନ୍ଦ, ଏସଇଓ ଗଙ୍ଗାଧର ବେହେରାଙ୍କ ସମେତ ବ୍ଲକରେ ଥିବା ବିଭିନ୍ନ ବ୍ୟାଙ୍କ ଅଧିକାରୀ, ପ୍ରତି ପଞ୍ଚାୟତ ସ୍ତରରେ ଥିବା ମୋ ସେବା କେନ୍ଦ୍ରର କର୍ମୀ ଏବଂ ପଞ୍ଚାୟତ ଗୁଡ଼ିକର ସରପଞ୍ଚ ଓ ସମିତିସଭ୍ୟମାନେ ଯୋଗ ଦେଇଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories