www.samajalive.in
Tuesday, December 9, 2025
15.1 C
Bhubaneswar

ରାସ୍ତା ଓ ପିଇବା ପାଣି ସମସ୍ୟାରେ କଳିବିର ମୁଣ୍ଡିଆସାହି

ତିଗିରିଆ: ତିଗିରିଆ ଥାନା ଗଦାଧରପୁର ପଞ୍ଚାୟତର ଅନ୍ତର୍ଗତ କଳିବିର ମୁଣ୍ଡିଆସାହିର ଅଧିବାସୀଙ୍କ ପାଇଁ ପାନୀୟ ଜଳ ଓ ରାସ୍ତା ସମସ୍ୟା ଲାଗି ରହିଛି। ବିଭିନ୍ନ ସମୟରେ ସାହିବାସୀ ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନଥିବା ସ୍ଥାନୀୟ ଅଧିବାସୀଙ୍କ ଅଭିଯୋଗରୁ ଜଣାପଡ଼ିଛି।

ପଞ୍ଚାୟତର ୧୪ ନମ୍ବର ୱାର୍ଡ ଅନ୍ତର୍ଗତ ଉକ୍ତ ମୁଣ୍ଡିଆ ସାହିଟି ୩ ଭାଗରେ ବିଭକ୍ତ ରହିଛି। ପ୍ରଥମ ଦୁଇ ମୁଣ୍ଡିଆ ସାହିକୁ ବାଦ୍ ଦେଲେ ତୃତୀୟ ମୁଣ୍ଡିଆ ସାହିରେ ଏହି ସମସ୍ୟା ଦେଖାଦେଇଛି। ପ୍ରାୟ ୮ ଟି ପରିବାରର ଛୋଟବଡ଼ ୪୫ ଜଣ ଅଧିବାସୀ ରହୁଥିବା ବେଳେ ସେମାନଙ୍କ ପାଇଁ ସାହିକୁ ଯାତାୟାତ ପାଇଁ ଭଲ ସ୍ଥାୟୀ ରାସ୍ତାଟିଏ ନାହିଁ। ମୁଣ୍ଡିଆ ଉପରେ ଏଠାକାର ଅଧିବାସୀଙ୍କ ବସତି ରହିଛି। ବସତି ଠାରୁ ନିଜ ମୂଳ ଗ୍ରାମ କଳିବିର ଆଡ଼କୁ କିଛି ବାଟ କଂକ୍ରିଟ ରାସ୍ତା ରହିଥିବା ବେଳେ ଆହୁରି ଅର୍ଦ୍ଧାଧିକ ରାସ୍ତା ମାଟି ରହିଛି। ସାମାନ୍ୟ ବର୍ଷା ହେଲେ ଲୋକେ ଉକ୍ତ ଚିକିଟା କର୍ଦ୍ଦମାକ୍ତ ରାସ୍ତାରେ ଯାତାୟାତ ସମ୍ଭବ ହେଉନି। ସେହିଭଳି ସାହିରେ ଏକମାତ୍ର ନଳକୂପ ରହିଥିବା ବେଳେ ସେଥିରୁ ବର୍ଷ ତମାମ ଦୂଷିତ ଗୋଳି ଜଳ ବାହାରିଥାଏ। ଏହାକୁ ଲୋକେ ପାନୀୟ ଜଳ ଭାବେ ବ୍ୟବହାର କରିବା ସମ୍ଭବ ହୋଇନଥାଏ। ଏଣୁ ସାହିବାସୀ କୋଠରେ ତିଆରି କରିଥିବା ଖୋଲା କୂପରୁ ରୋଷେଇବାସ ଠାରୁ ଆରମ୍ଭ କରି ପାନୀୟ ଜଳ ରୂପେ ବ୍ୟବହାର କରିଥାନ୍ତି। ସମ୍ପ୍ରତି ଖରାଦିନେ ଯୋଗୁଁ ଉକ୍ତ ଖୋଲା କୂପ ଶୁଖିଲା ପଡ଼ିଛି। ଭଲ ପିଇବା ପାଣି ପାଇଁ ଲୋକେ ପ୍ରଥମ ମୁଣ୍ଡିଆ ସାହିକୁ ଜଳ ସଂଗ୍ରହ ପାଇଁ ଆସିଥାନ୍ତି। ଅତ୍ୟନ୍ତ ଗରିବ ଶ୍ରେଣୀର ପରିବାରଗୁଡିକ ଏହି ସମସ୍ୟାରେ ସନ୍ତୁଳି ହେଉଛନ୍ତି। ସ୍ଥାନୀୟ ପଞ୍ଚାୟତ ଓ ବ୍ଳକ ପ୍ରଶାସନ ପକ୍ଷରୁ ଲୋକଙ୍କ ଏହି ମୌଳିକ ସମସ୍ୟାକୁ ସମାଧାନ ଦିଗରେ ପଦକ୍ଷେପ ନେବାକୁ ଅଧିବାସୀମାନେ ଦାବି କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories