www.samajalive.in
Friday, December 12, 2025
15.1 C
Bhubaneswar

କେନ୍ଦ୍ର ସରକାରଙ୍କ ୯ ବର୍ଷର ଉପଲବ୍ଧି କହିଲେ ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ

ଫୁଲବାଣୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ବିଜେପି ସରକାରକୁ ଇତି ମଧ୍ୟରେ ୯ ବର୍ଷ ପୂରିଛି। ଏ ଅବସରରେ ଦିନିକିଆ କନ୍ଧମାଳ ଗସ୍ତରେ ଆସିଥିବା କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ସରକାରଙ୍କ ଉପଲବ୍ଧି ବର୍ଣ୍ଣନା କରିଛନ୍ତି। ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ କହିଛନ୍ତି, ଯାହା ଦେଶରେ ୭୦ ବର୍ଷ ଧରି ହୋଇ ପାରି ନ ଥିଲା, ତାହା ମୋଦୀଙ୍କ ନେତୃତ୍ୱରେ ଏହି ୯ ବର୍ଷ ମଧ୍ୟରେ ସମ୍ଭବ ହୋଇଛି। ବିଶେଷ କରି ଆଦିବାସୀ, ଦଳିତ ଓ ମହିଳା ମାନଙ୍କ ବିକାଶ ଦିଗରେ ଐତିହାସିକ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ଗ୍ରାମାଞ୍ଚଳର ବିକାଶ ପାଇଁ ସ୍ବତନ୍ତ୍ର ଧ୍ୟାନ ଦେଇଛନ୍ତି କେନ୍ଦ୍ର ସରକାର। ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ସଫଳତାର ବାର୍ତ୍ତା ଗ୍ରାମଠୁ ସହର ପର୍ଯ୍ୟନ୍ତ ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ଗଣମାଧ୍ୟମକୁ ନିବେଦନ କରିଥିଲେ ମନ୍ତ୍ରୀ। ତେବେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ଆସୁଥିବା ଅର୍ଥକୁ ରାଜ୍ୟ ସରକାର ଠିକ ଭାବେ ବିନିଯୋଗ କରୁ ନ ଥିବା ଅଭିଯୋଗ କରିଛନ୍ତି ମନ୍ତ୍ରୀ ଟୁଡୁ। ଆୟୁଷ୍ମାନ ଯୋଜନା ସହିତ ଅନ୍ୟାନ୍ୟ କେନ୍ଦ୍ରୀୟ ଯୋଜନା ସବୁକୁ ଲାଗୁ କରିବାରେ ରାଜ୍ୟ ସରକାର ଟାଳଟୁଳ ନିତି ଅବଲମ୍ବନ କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଶ୍ରୀ ଟୁଡୁ। ଏପରିକି ଅନେକ କେନ୍ଦ୍ର ଯୋଜନାକୁ ହଡପ କରି ନିଜ ନାମରେ ଲାଗୁ କରୁଥିବା ସେ ଅଭିଯୋଗ କରିଥିଲେ। ଗସ୍ତ ଅବସରରେ ଫୁଲବାଣୀ ଠାରେ ନିର୍ମାଣାଧୀନ ମେଡିକାଲ କଲେଜ ପରିଦର୍ଶନ କରି କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆ ଯାଉଥିବା ଅର୍ଥ ଉଚିତ ମାର୍ଗରେ ଖର୍ଚ୍ଚ ହେଉଛି କି ନାହିଁ ସେ ନେଇ ସମୀକ୍ଷା କରିଥିଲେ । ଆୟୋଜିତ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ମନ୍ତ୍ରୀ ଦଳୀୟ କର୍ମୀଙ୍କୁ ମୋଦୀ ସରକାରଙ୍କ ଉଲ୍ଲେଖନୀୟ ସଫଳତାର ବାର୍ତ୍ତା ସମସ୍ତଙ୍କ ନିକଟରେ ପହଞ୍ଚାଇବା ପାଇଁ ନେତା ଓ କର୍ମୀଙ୍କୁ ଆହ୍ବାନ ଦେଇଥିଲେ। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ଏସସି ମୋର୍ଚ୍ଚା ସଭାପତି ସଞ୍ଜୟ ନିର୍ମଲ, ବିଜେପି ଜିଲ୍ଳା ସଭାପତି ଜଗନ୍ନାଥ ସାହୁ, ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ, ଉପ ସଭାପତି ରମେଶ ଚନ୍ଦ୍ର ମହାନ୍ତିଙ୍କ ସମେତ ବହୁ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories