www.samajalive.in
Sunday, December 14, 2025
16.1 C
Bhubaneswar

ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ, ସାନଭାଇର ଟାଙ୍ଗିଆ ଚୋଟରେ ବଡ ଭାଇର ମୃତ୍ୟୁ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳରେ ଘଟିଛି ଏକ ହତ୍ୟାକାଣ୍ଡ। ସାନ ଭାଇର ଟାଙ୍ଗିଆ ଚୋଟରେ ବଡ ଭାଇର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ,ଫିରିଙ୍ଗିଆ ଥାନା ଅନ୍ତର୍ଗତ ଡିମିରିଗୁଡା ଗ୍ରାମର ନରେନ୍ଦ୍ର ବିନ୍ଧାଣୀ ଓ ତାଙ୍କ ଭାଇ କର୍ଣ୍ଣ ବିନ୍ଧାଣୀଙ୍କ ମଧ୍ୟରେ ସୋମବାର ରାତିରେ କୌଣସି କାରଣକୁ ନେଇ ପାଟିତୁଣ୍ଡ ହୋଇଥିଲା। ପରିବାର ଓ ସାହି ପଡିଶା ଲୋକେ ଏଥିରେ ହସ୍ତକ୍ଷେପ କରି ଉଭୟଙ୍କୁ ଅଲଗା କରିଥିଲେ। ଏହାପରେ ନରେନ୍ଦ୍ର ଖାଇପିଇ ନିଜ ଖଟିଆ ପକାଇ ଶୋଇଥିଲେ। କିଛି ସମୟ ପରେ ତାଙ୍କ ସ୍ତ୍ରୀ ପାଟି କରି ଅନ୍ୟ ମାନଙ୍କୁ ଡାକିଥିଲେ। ଘରଲୋକେ ଆସି ଦେଖିବା ବେଳକୁ ନରେନ୍ଦ୍ର ରକ୍ତାକ୍ତ ଅବସ୍ଥାରେ ପଡିଥିଲେ। ପାଖରେ ଏକ ଟାଙ୍ଗିଆ ପଡିଥିଲା ଏବଂ କର୍ଣ୍ଣ ଘଟଣା ସ୍ଥଳରୁ ଧାଇଁ ପଳାଉଥିବା ଦେଖିବାକୁ ମିଳିଥିଲା। ତୁରନ୍ତ ନରେନ୍ଦ୍ରଙ୍କୁ ଫିରିଙ୍ଗିଆ ଡାକ୍ତରଖାନାକୁ ନିଆ ଯାଇଥିଲା। ତେବେ ସେଠାରେ ସେ ମୃତ୍ୟୁ ବରଣ କରିଥିଲେ। ମୃତକଙ୍କ ପୁଅ ଅକ୍ଷୟ ଏ ନେଇ ଫିରିଙ୍ଗିଆ ଥାନାରେ ଏତଲା ଦେଇଛନ୍ତି। କକା କର୍ଣ୍ଣ ବିନ୍ଧାଣୀ ବାପାଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ଅକ୍ଷୟ। ଫିରିଙ୍ଗିଆ ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories