ବାଲେଶ୍ୱର : ବାଲେଶ୍ୱର ବାହାନଗାରେ ହୋଇଥିବା ହୃଦୟବିଦାରକ ରେଳ ଦୁର୍ଘଟଣାରେ ଶହ ଶହ ଜୀବନ ଚାଲିଯାଇଛି। ବର୍ତ୍ତମାନ ମଧ୍ୟ ମୃତକଙ୍କ ପରିଜନ ମାନେ ମୃତଦେହ ନେବା ପାଇଁ ହସ୍ପିଟାଲରେ ଦିନ କାଟୁଛନ୍ତି। ତେବେ ଏହା ମଧ୍ୟରେ ବାହାନଗାରେ ରେଳ ଦୁର୍ଘଟଣାର କାରଣ ଖୋଜିବା ପାଇଁ ମଙ୍ଗଳବାର ପହଞ୍ଚି ତଦନ୍ତ ଆରମ୍ଭ କରିଛି ସିବିଆଇ ଟିମ୍। ଦୁର୍ଘଟଣା ସ୍ଥଳରେ ୧୦ ଜଣିଆ ସିବିଆଇ ଟିମ୍ର ଖୋଳତାଡ ଆରମ୍ଭ ହୋଇଛି। ଫରେନସିକ ଟିମ୍ ମଧ୍ୟ ଉପସ୍ଥିତ ରହିଛନ୍ତି। ବାହାନଗା ଷ୍ଟେସନର ସିଗ୍ନାଲ ରୁମ୍ରେ ଖୋଳତାଡ ଆରମ୍ଭ କରିଛି ସିବିଆଇ। ସିଗନାଲ୍ ରୁମ୍ରେ ଥିବା କର୍ମଚାରୀଙ୍କ ସହ ଆଲୋଚନା କରିଛି। ଏହାସହ ସିଗନାଲ୍ ରୁମ୍ ପରେ ଷ୍ଟେସନ ମାଷ୍ଟରଙ୍କ କାର୍ଯ୍ୟାଳୟରେ ମଧ୍ୟ ଖୋଳତାଡ କରିଛି। ଲୁପ୍ ଲାଇନ ଓ ମେନ୍ ଲାଇନରେ ମଧ୍ୟ ସିବିଆଇ ଯାଞ୍ଚ କରୁଛି।
Popular Categories



