www.samajalive.in
Sunday, December 14, 2025
19.1 C
Bhubaneswar

ଆଉ ନାହାନ୍ତି ମହାଭାରତର ଶକୁନୀ ମାମୁଁ

ମୁମ୍ବଇ: ଦୁନିଆରୁ ବିଦାୟ ନେଲେ ମହାଭାରତର ଶକୁନୀ ମାମୁଁ। ହିନ୍ଦୀ ସିନେ ଶିଳ୍ପ ସହ ଧାରାବାହିକ ଜଗତକୁ ଏକ ଶକ୍ତ ଧକ୍କା ଦେଇଛି ଏହି ଖବର। ମହାଭାରତ ଧାରାବାହିକରେ ଶକୁନୀ ମାମୁଁ ଚରିତ୍ରରେ ଅଭିନୟ କରି ଘରେ ଘରେ ପରିଚିତ ହୋଇଥିବା ଅଭିନେତା ଗୁଫୀ ପେଣ୍ଟଲ୍‌ଙ୍କର ସୋମବାର ପରଲୋକ ଘଟିଛି। ପେଣ୍ଟଲ୍‌ଙ୍କ ଦେହାନ୍ତ ନେଇ ତାଙ୍କ ପରିବାର ସୂତ୍ରରୁ ସୂଚନା ମିଳିଛି। ଏହି ଖବର ପ୍ରଚାରିତ ହେବା ପରେ ସାମାଜିକ ଗଣମାଧ୍ୟମ ଜରିଆରେ ଅନେକ ଲୋକପ୍ରିୟ କଳାକାର ଶୋକ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଅଭିନେତାଙ୍କ ପାର୍ଥିବ ଶରୀରକୁ ଡାକ୍ତରଖାନାରୁ ଘରକୁ ନିଆଯାଇଛି। ଅପରାହ୍ନ ୪ଟାରେ ଅନ୍ତିମ ସଂସ୍କାର ରୀତିନୀତି ଆରମ୍ଭ ହେବ।

ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟଜନିତ ସ୍ବାସ୍ଥ୍ୟସମସ୍ୟା ଦେଇ ଗତି କରୁଥିବା ଏହି ୭୯ ବର୍ଷୀୟ ଅଭିନେତାଙ୍କର ଆଜି ମୃତ୍ୟୁ ଘଟିଛି। ତାଙ୍କ ପରିବାର ଲୋକେ ଏନେଇ ସୁନିଶ୍ଚିତ କରିଛନ୍ତି। ଏକ ସମ୍ବାଦ ସରବରାହ ସଂସ୍ଥାକୁ ସୂଚନା ଦେଇ ତାଙ୍କ ପୁତୁରା ହିତେନ୍‌ ପେଣ୍ଟଲ୍‌ କହିଛନ୍ତି, ଦୁଃଖର କଥା, ସେ ଆଉ ନାହାନ୍ତି। ଆଜି ସକାଳ ପ୍ରାୟ ୯ଟା ବେଳେ ଡାକ୍ତରଖାନାରେ ତାଙ୍କର ଦେହାନ୍ତ ଘଟିଛି। ଶୋଇଥିବା ଅବସ୍ଥାରେ ଶାନ୍ତିରେ ତାଙ୍କର ମୃତ୍ୟୁ ଘଟିଛି। ଆଜି ଅପରାହ୍ଣ ୪ଟା ବେଳେ ମୁମ୍ବଇର ଅନ୍ଧେରୀ ଉପନଗରୀସ୍ଥିତି ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ।

- Advertisement -

ଗୁଫୀ ଅନେକ ଟିଭି ଧାରାବାହିକ ଓ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ‘ବାହାଦୁର୍‌ ଶାହ ଜାଫର୍‌’, ‘ମହାଭାରତ’, ‘କାନୁନ୍‌’, ‘ଓଁ ନମଃ ଶିବାୟ’, ‘ସିଆଇଡି’, ‘ସସ୍‌ କୋଇ ହୈ’, ‘ଦ୍ବାରକାଧୀଶ ଭଗବାନ ଶ୍ରୀକୃଷ୍ଣ’, ‘ରାଧାକୃଷ୍ଣ’ ଏବଂ ‘ଜୟ କନିୟା ଲାଲ୍‌ କି’ ଆଦି ଅନେକ ଟେଲିଭିଜନ ଧାରାବାହିକରେ ସେ ଅଭିନୟ କରିଛନ୍ତି। ୧୯୭୫ ମସିହାରେ ହିନ୍ଦୀ ଚଳଚ୍ଚିତ୍ର ‘ରଫୁ ଚକ୍କର୍‌’ରେ ଗୁଫୀ ସର୍ବପ୍ରଥମେ ଅଭିନୟ କରିଥିଲେ। ଏହାପରେ ‘ଦିଲ୍‌ଲଗି’, ‘ଦେଶ ପର୍‌ଦେଶ’ ଏବଂ ‘ସୁହାଗ’ ଆଦି ଚଳଚ୍ଚିତ୍ରରେ ମଧ୍ୟ ସେ ଅଭିନୟ କରିଛନ୍ତି। ତେବେ ବି.ଆର୍‌. ଚୋପ୍ରାଙ୍କ ‘ମହାଭାରତ’ ତାଙ୍କୁ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚାଇଥିଲା।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories