www.samajalive.in
Monday, December 15, 2025
26.1 C
Bhubaneswar

ଏହି ନିୟମର ପାଳନ କଲେ ମିଳିଥାଏ ଶାନ୍ତି ଓ ସୁଖସମୃଦ୍ଧି

ଘରର ରୋଷେଇ ଘର ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନ। ଏଠାରେ ପ୍ରସ୍ତୁତ କରାଯାଉଥିବା ଖାଦ୍ୟ ପାଇଁ ହିଁ ପରିବାରର ସମସ୍ତ ସଦସ୍ୟଙ୍କ ଶରୀର ସୁସ୍ଥ ରହିଥାଏ। ରୋଷେଇ ଘରକୁ ଆଦୌ ଅପରିଷ୍କାର ରଖିବା ଉଚିତ୍‌‌ ନୁହେଁ। ତେବେ ରୋଷେଇ ଘର ସହ ଜଡିତ କିଛି ବାସ୍ତୁ ଉପାୟ ରହିଛି। ଯାହାର ପାଳନ କରିବା ଦ୍ୱାରା ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ।
ଭୋଜନ ପ୍ରସ୍ତୁତ କରିବା ପୂର୍ବରୁ ମହିଳାମାନେ ସ୍ନାନ କରିବା ଉଚିତ୍‌‌। ବିଶେଷ କରି ଅନ୍ନ ରୋଷେଇ କରିବା ପୂର୍ବରୁ ସ୍ନାନ କରିବା ଉଚିତ୍‌‌। ତାୱାରେ ରୁଟି ପ୍ରସ୍ତୁତ କରିବା ସମୟରେ ପ୍ରଥମ ରୁଟି ଗାଈଙ୍କ ପାଇଁ ନିଶ୍ଚୟ ପ୍ରସ୍ତୁତ କରନ୍ତୁ। ଶେଷ ରୁଟି କୁକୁର ପାଇଁ ପ୍ରସ୍ତୁତ କରନ୍ତୁ।
କ୍ରୋଧରେ କଦାପି ଭୋଜନ ପ୍ରସ୍ତୁତ କରନ୍ତୁ ନାହିଁ। ମନକୁ ଶାନ୍ତ ଓ ଖୁସି ରଖି ଭୋଜନ ପ୍ରସ୍ତୁତ କରନ୍ତୁ। ଏହାଦ୍ୱାରା ମା’ଲକ୍ଷ୍ମୀ ପ୍ରସନ୍ନ ରହିଥାଆନ୍ତି। ରୋଷେଇ ପ୍ରସ୍ତୁତ କରିବା ପରେ ରୋଷେଇ ଘରକୁ ଭଲ ଭାବେ ସଫା କରନ୍ତୁ। ଅଇଁଠା ବାସନକୁ ଅଧିକ ସମୟ ଯାଏଁ ପକାଇ ରଖନ୍ତୁ ନାହିଁ। ଖାଦ୍ୟ ପ୍ରସ୍ତୁତ କରିବା ପୂର୍ବରୁ ମଧ୍ୟ ଭଲ ଭାବେ ରୋଷେଇ ଘରକୁ ଭଲ ଭାବେ ସଫା କରନ୍ତୁ।
ରୋଷେଇ ଘରେ କଦାପି ଅଳିଆ ରଖିବା ପାତ୍ର (ଡଷ୍ଟବିନ୍‌‌) ରଖନ୍ତୁ ନାହିଁ। ପାଣି ଓ ଗ୍ୟାସ ଚୁଲ୍ଲାକୁ ପାଖାପାଖି ରଖନ୍ତୁ ନାହିଁ। ଏହା ମଧ୍ୟ ବାସ୍ତୁ ଦୋଷ ସୃଷ୍ଟି କରିଥାଏ। ରୋଷେଇ ଘର ନିକଟରେ ପୂଜା ଘର ରଖନ୍ତୁ ନାହିଁ। ସେହିପରି ରୋଷେଇ ଘର ନିକଟରେ ବାଥରୁମ୍‌‌ ମଧ୍ୟ ରଖିବା ଉଚିତ୍‌‌ ନୁହେଁ।
ରୋଷେଇ ଘରର ବେସିନ୍‌‌ ଓ ଚୁଲ୍ଲା ଏକ ସମତଳରେ ଥିଲେ, ଝରକା ତଳେ ଗ୍ୟାସ ରଖିବେ ନାହିଁ। ଏହାଦ୍ୱାରା ମଧ୍ୟ ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ।
ଭୋଜନ ଥାଳି ଦେବା ସମୟରେ ୨ଟି ହାତରେ ଧରି ଏହାକୁ ଦିଅନ୍ତୁ। ଗୋଟିଏ ହାତରେ ଧରି କାହାରିକୁ ମଧ୍ୟ ଭୋଜନ ଥାଳି ଦିଅନ୍ତୁ ନାହିଁ। ଖାଦ୍ୟ ପ୍ରସ୍ତୁତ କରିବା ପରେ ପ୍ରଥମେ ଅଗ୍ନିଦେବଙ୍କୁ କିଛି ଖାଦ୍ୟ ସମର୍ପଣ କରନ୍ତୁ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories