www.samajalive.in
Monday, December 8, 2025
27.1 C
Bhubaneswar

୩୧ କିଗ୍ରା ଗଞ୍ଜେଇ ସମେତ ୨ କାର ଜବତ : ୪ ଗିରଫ 

ସମ୍ବଲପୁର : ସମ୍ବଲପୁର ସହର ଗଞ୍ଜେଇ ଚୋରା ଚାଲାଣର ଏକ ପ୍ରମୁଖ ମାର୍ଗ ରୂପେ ଉଭା ହୋଇଥିବା ବେଳେ ଅବକାରୀ ବିଭାଗର ପାଟ୍ରୋଲିଂ ସମୟରେ ନିୟମିତ ଗଞ୍ଜେଇ ସମେତ ଦାମୀକିଆ କାର ଓ ଚାଲାଣକାରୀ ଧରାପଡୁଛନ୍ତି। ଏହି କ୍ରମରେ ରବିବାର ପାଟ୍ରୋଲିଂ ସମୟରେ ୨ଟି ସ୍ଥାନରୁ ଅବକାରୀ ବିଭାଗର ଦୁଇଟି ଦଳ ସମୁଦାୟ ୩୧ କିଗ୍ରା ଗଞ୍ଜେଇ ସମେତ ୨ଟି ଗାଡିକୁ ଜବତ କରି ୪ ଜଣ ଚାଲାଣକାରୀ ମାନଙ୍କୁ ଗିରଫ କରିଛନ୍ତି। ପ୍ରଥମ ଘଟଣାରେ ଅବକାରୀ ଅଧିକାରିଣୀ ଅନ୍ନପୁର୍ଣ୍ଣା ରଥଙ୍କ ନେତୃତ୍ୱରେ ଏକ ଦଳ ହୀରାକୁଦ ଡାଇକ ଅଞ୍ଚଳରେ ପାଟ୍ରୋଲିଂ ସମୟରେ ଏକ ସନ୍ଦିଗ୍ଧ କାରକୁ ଅଟକାଇ ଥିଲେ। ତେବେ ଉକ୍ତ ଗାଡିଟି ଅବକାରୀ ଦଳକୁ ଦେଖି ଫେରାର ମାରିବା ସମୟରେ ତାକୁ ଗୋଡାଇ ଗୋଡାଇ ଶାସନ କେନାଲ ନିକଟରେ ଧରାଯାଇଥିଲା। ଉକ୍ତ କାରକୁ ଯାଞ୍ଚ କରିବାରୁ ଲୁକ୍କାୟିତ ଭାବରେ ରଖାଯାଇଥିବା ୧୬ କିଗ୍ରା ଗଞ୍ଜେଇ ଜବତ ହୋଇଥିଲା। ଚାଲାଣକାରୀ କନ୍ଧମାଳ ନିବାସୀ ପ୍ରତାପ ନାୟକ (୨୭)ଙ୍କୁ ଗିରଫ କରାଯାଇଛି। ଏ ନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଅଦାଲତକୁ ଚାଲାଣ କରାଯାଇଛି। ଚାଲାଣକାରୀ ଉକ୍ତ ଗଞ୍ଜେଇକୁ ରାଜ୍ୟ ବାହାରକୁ ଚାଲାଣ କରୁଥିବା ବେଳେ ଉକ୍ତ ଗାଡି ଓ ଗଞ୍ଜେଇର ଆନୁମାନିକ ମୂଲ୍ୟ ୬ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସେହିଭଳି ଦ୍ୱିତୀୟ ଘଟଣାରେ ଅବକାରୀ ବିଭାଗର ଅଧିକାରୀ ଦିଲ୍ଲୀପ ଶତପଥୀଙ୍କ ନେତୃତ୍ୱରେ ପାଟ୍ରୋଲିଂ ସମୟରେ ଅଇଁଠାପାଲି ଛକରେ ଏକ ସନ୍ଦିଗ୍ଧ କାରକୁ ଅଟକାଇ ଚେକିଂ କରାଯାଇଥିଲା। ଚେକିଂ ସମୟରେ ଉକ୍ତ ଗାଡିରେ ଲୁଚାଇ ରଖାଯାଇଥିବା ୧୫ କିଗ୍ରା ଗଞ୍ଜେଇ ଜବତ କରାଯାଇଥିଲା। ଗାଡି ଜରିଆରେ ଗଞ୍ଜେଇ ଚାଲାଣ କରୁଥିବା ଚାଲାଣକାରୀ ମଧ୍ୟପ୍ରଦେଶ ଦାମୋହ ଜିଲାର ନିବାସୀ ସୁନୀଲ ପ୍ରସାଦ ମେହେରା (୨୮), ସନ୍ଦୀପ ମେହେରା ଓରଫ ଝରିଆ (୩୨) ଓ ପ୍ରେମ ସିଂ (୩୦) ଙ୍କୁ ଗିରଫ କରାଯାଇଛି। ଅବକାରୀ ବିଭାଗକୁ ଚକମା ଦେବା ପାଇଁ ଅଭିଯୁକ୍ତ ମାନେ ଏକାଧିକ ନକଲି ନମ୍ବର ପ୍ଲେଟ ବ୍ୟବହାର କରୁଥିବା ବେଳେ ସୁନୀଲ ଓ ସନ୍ଦୀପ ସମ୍ପର୍କରେ ଶଳା ଓ ଭିଣୋଇ ଅଟନ୍ତି। ଚାଲାଣକାରୀ ମାନେ ବରଗଡ ଜିଲାରୁ ମଧ୍ୟପ୍ରଦେଶକୁ ଗଞ୍ଜେଇ ଚାଲାଣ କରୁଥିଲେ। ଜବତ ହୋଇଥିବା ଗାଡି ଓ ଗଞ୍ଜେଇର ଆନୁମାନିକ ମୂଲ୍ୟ ୬ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ। ଏ ସମ୍ପର୍କରେ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରି ଅଦାଲତକୁ ଚାଲାଣ କରାଯାଇଛି ବୋଲି ସୂଚନା ଦିଆଯାଇଛି।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories