www.samajalive.in
Sunday, December 14, 2025
19.1 C
Bhubaneswar

ଶିବ ପ୍ରସାଦ ତ୍ରିପାଠୀ ଉଦୀୟମାନ୍‌‌ ଭାରତୀୟ ମହିଳା କ୍ରିକେଟ୍‌‌ ଦଳର ମ୍ୟାନେଜର ନିଯୁକ୍ତ

ଫୁଲବାଣୀ: ଭାରତୀୟ କ୍ରିକେଟ ବୋର୍ଡ଼ ଦ୍ୱରା କନ୍ଧମାଳ ଜିଲ୍ଲା କ୍ରିଡ଼ା ସଂଘ ସମ୍ପାଦକ ଶିବ ପ୍ରସାଦ ତ୍ରିପାଠୀ ଉଦୀୟମାନ ଭାରତୀୟ ମହିଳା କ୍ରିକେଟ ଦଳର ମ୍ୟାନେଜର ନିଯୁକ୍ତ ହେଇଛନ୍ତି। ଆସନ୍ତା ଗୁରୁବାର ଦିନ ଉଦୀୟମାନ ଭାରତୀୟ ମହିଳା କ୍ରିକେଟ ଦଳ ହଂକଂ ଗସ୍ତ କରି ସେଠାରେ ଏସିଆ କପ ଚାମ୍ପିଅନସିପରେ ଭାଗ ନେବେ। ଚାମ୍ପିଅନସିପରେ ଭାରତ ସହ ଅନ୍ୟ ସାତଟି ଏସୀୟ ମହାଦେଶୀୟ ଦଳ ହଂକଂ, ବାଂଲାଦେଶ, ଥାଇଲାଣ୍ଡ , ପାକିସ୍ତାନ, ଶ୍ରୀଲଙ୍କା, ମାଲେସିଆ, ୟୁନାଇଟେଡ଼ ଆରବ ଏମିରେଟ ଭାଗ ନେବେ। ଶ୍ରୀ ତ୍ରିପାଠୀ ଓଡିଶା କ୍ରିକେଟ ଆସୋସିଏସନ ସଭାପତି ପ୍ରଣବ ପ୍ରକାଶ ଦାସ, ସମ୍ପାଦକ ସଞ୍ଜୟ ବେହେରା ଓ ବିସିସିଆଇକୁ ଧନ୍ୟବାଦ ଜଣାଇଛନ୍ତି। ଶ୍ରୀ ତ୍ରିପାଠୀ ଏହା ପୂର୍ବରୁ ଅନେକ ଆନ୍ତର୍ଜାତିକ କ୍ରିକେଟ ମ୍ୟାଚରେ ଭାରତୀୟ କ୍ରିକେଟ ବୋର୍ଡ଼ ଦ୍ୱାରା ପର୍ୟ୍ୟବେକ୍ଷକ ନିଯୁକ୍ତ ହୋଇ ଦକ୍ଷତାର ସହିତ କାମ କରିଛନ୍ତି। ଶ୍ରୀ ତ୍ରିପାଠୀ ପେଶାରେ ଜଣେ ଆଇନଜୀବି ଓ ସାମ୍ବାଦିକ ଅଟନ୍ତି। ଏହି ଖବର ଜଣାପଡ଼ିବା ପରେ ବହୁ କ୍ରୀଡାବିତ୍‌‌ ଓ କ୍ରୀଡା ସଂଘର କର୍ମକର୍ତ୍ତା ଶ୍ରୀ ତ୍ରିପାଠୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories