ସାପ୍ତାହିକ ରାଶିଫଳ (ଜୁନ ୦୪-୧୦)

ମେଷ: ରବିବାର ଓ ସୋମବାର ମଧ୍ୟମଫଳ ପ୍ରାପ୍ତ ହେବ। ଯାତ୍ରା ଶୁଭଫଳ ପ୍ରଦାନ କରିବ। ମଙ୍ଗଳବାର ଓ ବୁଧବାର ଋଣଗ୍ରସ୍ତ ହେବେ। ଗୁରୁବାର ଓ ଶୁକ୍ରବାର ନୂତନ ନିଯୁକ୍ତି ପାଇପାରନ୍ତି। ଶ୍ରୀଯୁକ୍ତ ହେବେ। ଶନିବାର ଶାରୀରିକ ଅସୁସ୍ଥତା ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ମଧ୍ୟମ ଫଳପାଇବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ବଜରଙ୍ଗବାଣ ପାଠ କରନ୍ତୁ।
ବୃଷ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଶୁଭଫଳ ଲାଭ ହେବ। ନୂତନ ଦ୍ରବ୍ୟ କ୍ରୟ କରିବେ। ବୁଧବାର ସୃଜନଶୀଳ ହେବେ। ଗୁରୁବାର ଓ ଶୁକ୍ରବାର ଯାତ୍ରା ସ୍ଥଗିତ ରଖିବା ଭଲ। ଶନିବାର ପାରିବାରିକ ଶାନ୍ତି ଲାଭ ହେବ। ମହିଳା ଓ ବିଦ୍ୟାର୍ଥୀ ପ୍ରତିଷ୍ଠା ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଓଁ ଶିବ ପୁତ୍ରାୟ ବିଦ୍ମହେ ଭୃଗୁତନୟ ଧୀମହି ତନ୍ନୋ ଶୁକ୍ରପ୍ରଚୋଦୟାତ୍‌ ମନ୍ତ୍ର ଜପ କରନ୍ତୁ।
ମିଥୁନ: ରବିବାର ଓ ସୋମବାର ଭାଗ୍ୟବାନ ହେବେ। ମଙ୍ଗଳବାର ଓ ବୁଧବାର ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିବେ। ଗୁରୁବାର ଓ ଶୁକ୍ରବାର ଶାରୀରିକ ଅସୁସ୍ଥତା ଦେଖାଦେବ। ଶନିବାର ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ମହିଳା ଓ ବିଦ୍ୟାର୍ଥୀ ସମ୍ମାନିତ ହେବେ। ରିଷ୍ଟଖଣ୍ଡନ ପାଇଁ ମା’ ତ୍ରିପୁରା ସୁନ୍ଦରୀଙ୍କ କବଚ ପାଠ କରନ୍ତୁ।
କର୍କଟ: ରବିବାର ଓ ସୋମବାର ଅସୁବିଧାରେ ପଡିପାରନ୍ତି। ଶତ୍ରୁଦ୍ବାରା ପରାସ୍ତ ହେବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ସମୟ ଆପଣଙ୍କ ସପକ୍ଷରେ ଯିବ। କାର୍ଯ୍ୟରେ ସମ୍ମାନିତ ହେବେ। ଶୁକ୍ରବାର ଓ ଶନିବାର ସକାରାତ୍ମକ ଚିନ୍ତାଧାରାଯୁକ୍ତ ହେବେ। ମହିଳା ଓ ବିଦ୍ୟାର୍ଥୀ ରୁଚିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ହ୍ରୀଂ ଓଁ ମନ୍ତ୍ର ଜପ କରନ୍ତୁ।
ସିଂହ: ରବିବାର ଓ ସୋମବାର ଦାମ୍ପତ୍ୟରେ ଆନନ୍ଦ ପ୍ରାପ୍ତ ହେବ। ମଙ୍ଗଳବାର ଓ ବୁଧବାର ଜଗିରଖି ଚଳିବେ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ଯେପରି କର୍ମ କରିବେ ସେ ପ୍ରକାର ଫଳ ପ୍ରାପ୍ତ ହେବ। ବିଦ୍ୟା ଆପଣଙ୍କ ଭୂଷଣ ହେବ। ମହିଳା ଓ ବିଦ୍ୟାର୍ଥୀ ଯତ୍ନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ହ୍ରୀଂ କ୍ଳୀଂ ମାତଙ୍ଗୈ ଫଟ୍‌ ସ୍ବାହା ମନ୍ତ୍ର ଜପ କରନ୍ତୁ।
କନ୍ୟା: ରବିବାର ଓ ସୋମବାର ନୂତନ ନିଯୁକ୍ତି ମିଳିପାରେ। ମଙ୍ଗଳବାର ଓ ବୁଧବାର ବିବାହ ପ୍ରସ୍ତାବ ଆସିପାରେ। ଗୁରୁବାର ଓ ଶୁକ୍ରବାର ଶତ୍ରୁଠାରୁ ଦୂରେଇ ରହିବା ଭଲ। ଶନିବାର ମାଲିମକଦ୍ଦମାରେ ବିଜୟୀ ହେବେ। ପାରିବାରିକ ଶାନ୍ତି ଲାଭ ହେବ। ମହିଳା ଓ ବିଦ୍ୟାର୍ଥୀ ପ୍ରତିଷ୍ଠା ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ବିଷ୍ଣୁସହସ୍ର ନାମ ପାଠ କରନ୍ତୁ।
ତୁଳା: ରବିବାର ଓ ସୋମବାର ସନ୍ତାନ ହେତୁକ ପୀଡ଼ା ଦୂରହେବ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିବେ। ମଙ୍ଗଳବାର ଓ ବୁଧବାର ଦୂରଯାତ୍ରା କରିପାରନ୍ତି। ଗୁରୁବାର ଓ ଶୁକ୍ରବାର ଆୟ ମଧ୍ୟମ ରହିବ। ଶନିବାର ଅସୁସ୍ଥତା ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ସୃଜନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ନମୋ ନାରାୟଣାୟ ମନ୍ତ୍ର ଜପ କରନ୍ତୁ।
ବିଛା: ରବିବାର ଓ ସୋମବାର ମାନସିକ ଅବସାଦ ଦେଖାଦେବ। ମଙ୍ଗଳବାର ଓ ବୁଧବାର ଦୂରଯାତ୍ରା କରିପାରନ୍ତି। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ କୃଷିଜାତ ଦ୍ରବ୍ୟରୁ ଲାଭବାନ ହେବେ। ମହିଳା ଓ ବିଦ୍ୟାର୍ଥୀ କ୍ରିୟାଶୀଳ ହେବେ। ରିଷ୍ଟଖଣ୍ଡନପାଇଁ ଓଁ ଆଞ୍ଜନେୟାୟ ବିଦ୍ମହେ ମହାବଳାୟ ଧୀମହି ତନ୍ନୋ ହନୁମତେ ପ୍ରଚୋଦୟାତ୍‌ ମନ୍ତ୍ର ଜପ କରନ୍ତୁ।
ଧନୁ: ରବିବାର ଓ ସୋମବାର ପୈତୃକ ସମ୍ପତ୍ତିରୁ ଲାଭବାନ ହେବେ। ମଙ୍ଗଳବାର ଓ ବୁଧବାର ମାଆଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେବ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। ପାରିବାରିକ ଶାନ୍ତି ଲାଭ ହେବ। ସାମାଜିକ କାର୍ଯ୍ୟରେ ଯୋଗଦେବେ। ମହିଳା ଓ ବିଦ୍ୟାର୍ଥୀ ସଫଳତା ପାଇବେ। ରିଷ୍ଟଖଣ୍ଡନ ପାଇଁ ଦୁର୍ଗାଙ୍କ ସହସ୍ରନାମ ଜପ କରନ୍ତୁ।
ମକର: ରବିବାର ଓ ସୋମବାର ଆନନ୍ଦରେ ନିରାନନ୍ଦ ସୃଷ୍ଟିହେବ। ମଙ୍ଗଳବାର ଓ ବୁଧବାର କାର୍ଯ୍ୟ କ୍ଷେତ୍ରରେ ସମ୍ମାନିତ ହେବେ। ଗୁରୁବାର ଓ ଶୁକ୍ରବାର ଜଗିରଖି ଚଳିବା ଉଚିତ। ଋଣଗ୍ରସ୍ତ ହୋଇପାରନ୍ତି। ଶନିବାର ସନ୍ତାନକୁ ନେଇ ସମସ୍ୟା ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ରୁଚିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ।
କୁମ୍ଭ: ରବିବାର ଓ ସୋମବାର ସଫଳତା ଲାଭ କରିବେ। ମଙ୍ଗଳବାର ଓ ବୁଧବାର ପ୍ରତିଟି ପଦକ୍ଷେପରେ ସାବଧାନତା ଲୋଡ଼ା। ଗୁରୁବାର ଓ ଶୁକ୍ରବାର ଦୂରଯାତ୍ରା କରିପାରନ୍ତି। ଆଇନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିବେ। ଶନିବାର ଜଗିରଖି ଚଳିବେ। ମହିଳା ଓ ବିଦ୍ୟାର୍ଥୀ ଚିନ୍ତାଯୁକ୍ତ ହେବେ। ରିଷ୍ଟଖଣ୍ଡନ ପାଇଁ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।
ମୀନ: ରବିବାର ଓ ସୋମବାର ଶତ୍ରୁଦ୍ବାରା ପରାସ୍ତ ହେବେ। ମଙ୍ଗଳବାର ବୁଧବାର ସ୍ତ୍ରୀଙ୍କ ସହଯୋଗ ଲାଭ କରିବେ। ଗୁରୁବାର ଓ ଶୁକ୍ରବାର ସମସ୍ୟା ଦେଖାଦେବ। ଶନିବାର ଲାଭବାନ ହେବେ। କର୍ମକ୍ଷେତ୍ରରେ ପଦୋନ୍ନତି ପ୍ରାପ୍ତ ହେବ। ମହିଳା ଓ ବିଦ୍ୟାର୍ଥୀ ମଧ୍ୟମଫଳ ପାଇବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଦୁର୍ଗା ସହସ୍ରନାମ ପାଠ କରନ୍ତୁ।

Comments are closed.