www.samajalive.in
Sunday, December 14, 2025
23.1 C
Bhubaneswar

ରେଳ ଦୁର୍ଘଟଣାର ମୃତକଙ୍କ ପାଇଁ ମହମବତୀ ଶୋଭାଯାତ୍ରା

ଗୁରୁଡ଼ିଝାଟିଆ: ବାଲେଶ୍ୱରର ବାହାନଗା ଠାରେ ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ସଦଗତି ନିମନ୍ତେ କଖଡି ପ୍ରିନ୍ସ କ୍ଲବ ପକ୍ଷରୁ ମହମବତୀ ଶୋଭାଯାତ୍ରା କରାଯାଇଛି। ଗତ ସନ୍ଧ୍ୟାରେ କ୍ଲବର ଉପଦେଷ୍ଟା ତଥା ଗାଁ ସଭାପତି ଦିଲ୍ଲିପ କୁମାର ଛତାରଙ୍କ ନେତୃତ୍ୱରେ ଓମ୍‌‌ ପ୍ରକାଶ ମୁଦୁଲି, ସୌଭାଗ୍ୟ ମହାନ୍ତି, ଶ୍ୟାମସୁନ୍ଦର ସାହୁ, ରଞ୍ଜନ ମୁଦୁଲି, ଅଜିତ୍‌‌ କୁମାର ବାରିକଙ୍କ ସହିତ ଶତାଧିକ ସଦସ୍ୟ, ଗାଁର ଯୁବକ ସମବେତ ହୋଇ ହାତରେ ପ୍ରଜ୍ୱଳିତ ମହମବତୀ ହାତରେ ଧରି ଆତ୍ମାର ସଦଗତି ନିମନ୍ତେ ଶୋଭାଯାତ୍ରା କରିବା ସହିତ ସେମାନଙ୍କ ପାଇଁ ନୀରବ ପ୍ରାର୍ଥନା କରିଥିଲେ। ଏହି ରେଳ ଦୁର୍ଘଟଣାରେ ସଂପୃକ୍ତ ଥିବା କର୍ମଚାରୀଙ୍କ ବିରୋଧରେ କଠୋର ରୁ କଠୋର ଦଣ୍ଡ ଦେବା ନିମନ୍ତେ ଦାବି କରିଥିଲେ।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories