www.samajalive.in
Sunday, December 14, 2025
15.1 C
Bhubaneswar

ତୃତୀୟ ଦିନରେ ଅମଲାଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

କେନ୍ଦୁଝରଗଡ଼: ୪୨୦୦ଟଙ୍କା ଗ୍ରେଡ ପେ ଓ ଲେଭେଲ-୯କୁ ବୃଦ୍ଧି ଦାବିରେ ଗୁରୁବାର ଠାରୁ ରାଜ୍ୟବ୍ୟାପୀ ଅମଲାମାନେ ସମୂହ ଛୁଟିରେ ରହି କାର୍ଯ୍ୟବନ୍ଦ ଆନ୍ଦୋଳନ ଶନିବାର ତୃତୀୟ ଦିନରେ ପହଞ୍ଚିଛି। କେନ୍ଦୁଝର ଜିଲା ମିଳିତ ଅମଲା ମଞ୍ଚ ଅଧିନରେ ଥିବା ୧ ହଜାରରୁ ଊର୍ଦ୍ଧ୍ବ ଅମଲା ଏହି ଆନ୍ଦୋଳନରେ ସାମିଲ ହୋଇ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନକୁ ଜାରି ରଖିଥିବା ବେଳେ ଶୁକ୍ରବାର ବାହାନାଗା ଠାରେ ହୋଇଥିବା ରେଳ ଦୁର୍ଘଟଣାରେ ମୃତକଙ୍କ ପ୍ରତି ଶୋକବ୍ୟକ୍ତ ଏବଂ ପୀଡିତଙ୍କୁ ଚିକିତ୍ସା ସହାୟତା ଲକ୍ଷ୍ୟରେ ରକ୍ତଦାନ କରି ଆନ୍ଦୋଳନରତ ଅମଲାମାନେ ମଧ୍ୟ ମାନବିକତା ଦେଖାଇବାକୁ ପଛଘୁଞ୍ଚା ଦେଇନାହାନ୍ତି।

ମିଳିତ ଅମଲା ମଞ୍ଚ ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ରଣା, ଆବାହକ ପ୍ରସନ୍ନ କୁମାର ବେହେରା, ରାଜସ୍ୱ ଅମଲା ସଂଘ ପୂର୍ବତନ ରାଜ୍ୟ ସଭାପତି ଜୟଗୋବିନ୍ଦ ମିଶ୍ର, ସଙ୍ଗଠନ ସମ୍ପାଦକ ସଚ୍ଚିଦାନନ୍ଦ ମହାକୁଡ, ଜିଲା ରାଜସ୍ୱ ଅମଲା ସଂଘ ସଭାପତି ଜିତେନ୍ଦ୍ର କୁମାର ମହାପାତ୍ର ଓ ସମ୍ପାଦକ ପ୍ରଭାତେନ୍ଦୁ ନାଏକ, ଓଡ଼ିଶା ଟ୍ରେଜେରୀ ସଂଘ ସଭାନେତ୍ରୀ ଗିତାରାଣୀ ପାତ୍ର, ଓଡ଼ିଶା ଅମଲା ସଂଘ ସଭାପତି ଅଭିମନ୍ୟୁ ପ୍ରଧାନ, ସବ୍‌‌ରେଜେଷ୍ଟ୍ରୀ ସଂଘ ସଭାପତି ରାକେଶ କୁମାର ରଥ, କୈଳାସ ଚନ୍ଦ୍ର ମଲ୍ଲିକ, ମିଡିଆ ସଂଯୋଜକ ପୀତବାସ ମହାନ୍ତ, ସଚ୍ଚିନ ପଣ୍ଡା, ସନ୍ତୋଷ ରଣା, ଭୁବନେଶ୍ୱର ମହାପାତ୍ର, ସନ୍ତୋଷ କୁମାର ମହାନ୍ତ, ମିନତୀ ସାହୁ, ସତ୍ୟବତୀ ଲାଗୁରୀଙ୍କ ସମେତ ୩ଶହରୁ ଊର୍ଦ୍ଧ୍ବ ଅମଲା ଯୋଗଦେଇ ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ୨ମିନିଟ୍‌‌ ନୀରବ ପ୍ରାର୍ଥନା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏଥିସହ ରେଳ ଦୁର୍ଘଟଣାରେ ପୀଡିତଙ୍କ ଚିକିତ୍ସା ସହାୟତା ନିମନ୍ତେ ଆନ୍ଦୋଳନରତ ଅମଲାଙ୍କ ପକ୍ଷରୁ ତୁରନ୍ତ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇ ସ୍ୱେଛାକୃତ ଭାବେ ୩୧ ୟୁନିଟ୍‌‌ ରକ୍ତ ଦାନ କରିବା ସାଧାରଣରେ ଏହାକୁ ସ୍ୱାଗତ କରାଯାଇଥିଲା। ତେବେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ମଞ୍ଚର ମିଡିଆ ସଂଯୋଜକ ଶ୍ରୀ ମହାନ୍ତ କହିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories