www.samajalive.in
Sunday, December 14, 2025
26.1 C
Bhubaneswar

ଟିପିଏନଓଡିଏଲ ପୂର୍ବତନ ଅଧିକ୍ଷଣ ଯନ୍ତ୍ରୀଙ୍କ ବିୟୋଗରେ ଶୋକ

କେନ୍ଦୁଝରଗଡ଼: ବାହାନଗା ଭୟଙ୍କର ରେଳ ଦୁର୍ଘଟଣାରେ ଟିପିଏନଓଡିଏଲ କେନ୍ଦୁଝରର ପୂର୍ବତନ ଅଧିକ୍ଷଣ ଯନ୍ତ୍ରୀ ଇଂ ନାରାୟଣ ଦାଶଙ୍କ ମୃତ୍ୟୁ ସମଗ୍ର କର୍ମଚାରୀ ମହଲରେ ଶୋକରଛାୟା ଖେଳାଇ ଦେଇଛି। ଇଂ ଶ୍ରୀ ଦାଶ ଦୀର୍ଘ ୫ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି କେନ୍ଦୁଝର ଜିଲାର ଅଧିକ୍ଷଣ ଯନ୍ତ୍ରୀ ଭାବେ ଦକ୍ଷତାର ସହ ଦାୟିତ୍ୱ ତୁଲାଇ କର୍ମଚାରୀ ଓ ବୁଦ୍ଧିଜୀବୀ ମହଲରେ ନିଜର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଥିଲେ। ସେ ଗତ ମେ ୨୦ ତାରିଖରେ କେନ୍ଦୁଝରରୁ ବାଲେଶ୍ୱରସ୍ଥିତ ମୁଖ୍ୟ କାର୍ଯ୍ୟାଳୟକୁ ବଦଳି ହୋଇ ଯିବାପରେ ଶୁକ୍ରବାର ସନ୍ଧ୍ୟା ୬ଟା ସୁଦ୍ଧା ଆଭାସୀ ବୈଠକ ମାଧ୍ୟମରେ ବାଲେଶ୍ୱର ସମେତ ମୟୁରଭଞ୍ଜ, କେନ୍ଦୁଝର, ଭଦ୍ରକ ଓ ଯାଜପୁର ଜିଲାର ଅଧିକାରୀ ମାନଙ୍କ ସହ ବୈଠକ ସାରିବା ପରେ କରମଣ୍ଡଳ ଏକ୍ସପ୍ରେସ ଟ୍ରେନ ଯୋଗେ ଭଦ୍ରକସ୍ଥିତ ବାସଭବନ ଅଭିମୁଖେ ଯାତ୍ରାରମ୍ଭ କରିଥିଲେ। କିଏ ଜାଣିଥିଲା ଏହି ପ୍ରିୟ ଅଧିକାରୀଙ୍କ ଯାତ୍ରା ଶେଷ ଯାତ୍ରା ହେବବୋଲି। ଶନିବାର ଭୋର ୪ଟାରୁ ଇଂ ଶ୍ରୀ ଦାଶଙ୍କ ବିୟୋଗ ଖବର ବିଭାଗୀୟ କର୍ମଚାରୀଙ୍କ ହ୍ୱାଟସ୍‌‌ଆପ୍‌‌ ଯୋଗେ ପ୍ରଚାରିତ ହେବା ପରେ କର୍ମଚାରୀ ମହଲ ସ୍ତବ୍ଧ ହୋଇଯାଇଥିଲେ। ଖବରପାଇ ଟିପିଏନଓଡିଏଲ ମୁଖ୍ୟ ଭାସ୍କର ସରକାର, କେନ୍ଦୁଝର ଅଧିକ୍ଷଣ ଯନ୍ତ୍ରୀ ରଶ୍ମୀକାନ୍ତ ବେହେରା, ନିର୍ବାହୀ ଯନ୍ତ୍ରୀ କେନ୍ଦୁଝର ମୀନକେତନ ସାମଲ, କେନ୍ଦୁଝର-୧ ଏସଡିଓ ଜିତେନ୍ଦ୍ର କୁମାର ବେହେରା ଓ କେନ୍ଦୁଝର-୨ ଏସ୍‌‌ଡିଓ ସନ୍ତୋଷ କୁମାର ପରିଡ଼ାଙ୍କ ସମେତ କେନ୍ଦୁଝରର ପ୍ରାୟ ସମସ୍ତ କନିଷ୍ଠ ଯନ୍ତ୍ରୀ, ବିଭାଗୀୟ କର୍ମଚାରୀ ଭଦ୍ରକସ୍ଥିତ ଇଂ ଶ୍ରୀ ଦାଶଙ୍କ ବାସଭବନରେ ପହଞ୍ଚି ଶେଷଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ଇଂ ଶ୍ରୀ ଦାଶ କେନ୍ଦୁଝର ଜିଲାର ଯୋଡା ବିଦ୍ୟୁତ୍‌‌ ବିଭାଗ ନିର୍ବାହୀ ଯନ୍ତ୍ରୀ ଭାବେ ମଧ୍ୟ ଦକ୍ଷତାର ସହ ଦାୟିତ୍ୱ ତୁଲାଇବା ସହ ନିଜର ପରୋପକାର ଓ ମେଳାପୀ ମନୋଭାବ ପାଇଁ ସେ ସମସ୍ତଙ୍କର ଅତି ଆପଣାର ହୋଇପାରିଥିଲେ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories