www.samajalive.in
Sunday, December 14, 2025
23.1 C
Bhubaneswar

ଟ୍ରେନ୍‌‌ ଦୁର୍ଘଟଣାରେ ମୃତାହତ ପରିବାରର ପିଲାଙ୍କ ଶିକ୍ଷା ଦାୟିତ୍ୱ ବହନ ପାଇଁ ଛାତ୍ରସଂଘର ଦାବି

ଡେସ୍କ: ବାହାନଗାଠାରେ ଘଟିଥିବା ଭୟାବହ ରେଳ ଦୁର୍ଘଟଣାରେ ପୀଡ଼ିତ ଯାତ୍ରୀଙ୍କ ପରିବାରର ଛାତ୍ରଛାତ୍ରୀଙ୍କ ଶିକ୍ଷାର ସମ୍ପୂର୍ଣ୍ଣ ଦାୟିତ୍ୱ କେନ୍ଦ୍ର ଶିକ୍ଷା ବିଭାଗ ବହନ କରିବା ପାଇଁ ଅଖିଳ ଭାରତ ଛାତ୍ରସଂଘ ପକ୍ଷରୁ ଶିକ୍ଷାମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ନିକଟରେ ଦାବି କରାଯାଇଛି। ରେଳ ଦୁର୍ଘଟଣା ନିୟନ୍ତ୍ରଣ ପାଇଁ ‘ରେଳ କବଚ’ ଭଳି ଅତ୍ୟାଧୁନିକ ଜ୍ଞାନକୌଶଳ ସମସ୍ତ ରେଳ ଇଞ୍ଜିନ୍‌‌ରେ ସଂଯୋଗ, ମାଲ ପରିବହନ ଓ ଯାତ୍ରୀ ପରିବହନ ପାଇଁ ପୃଥକ ରେଳ ଲାଇନ୍‌‌ ଏବଂ ଯାତ୍ରୀବାହୀ ଟ୍ରେନ୍‌‌ଗୁଡ଼ିକରେ ଆବଶ୍ୟକତାକୁ ଲକ୍ଷ୍ୟକରି ଜେନେରାଲ କୋଚ୍‌‌ ସଂଖ୍ୟା ବୃଦ୍ଧି କରିବାକୁ ଏ.ଆଇ.ଏସ୍‌‌.ଏଫ୍‌‌. ରାଜ୍ୟ ପରିଷଦ ପକ୍ଷରୁ ଦାବି କରାଯାଇଛି। ଆଗାମୀ ସଂସଦୀୟ ଅଧିବେଶନ ସୁଦ୍ଧା ଏହି ବ୍ୟବସ୍ଥା ସୁନିଶ୍ଚିତ ନ କଲେ ବ୍ୟାପକ ଛାତ୍ର ଆନ୍ଦୋଳନ ହେବ ବୋଲି ଛାତ୍ର ସଂଘର ରାଜ୍ୟ ସଭାପତି ସଙ୍ଘମିତ୍ରା ଜେନା କହିଛନ୍ତି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories