www.samajalive.in
Sunday, December 14, 2025
26.1 C
Bhubaneswar

ବ୍ଲକସ୍ତରୀୟ କାୟାକଳ୍ପ ପୁରସ୍କାର ବିତରଣ କାର୍ଯ୍ୟକ୍ରମ

ହରଭଙ୍ଗା: ହରଭଙ୍ଗା ବ୍ଲକ ଆଡେଣିଗଡ଼ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଆନୁକୂଲ୍ୟରେ ବ୍ଲକସ୍ତରୀୟ କାୟାକଳ୍ପ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଡାକ୍ତର ଶ୍ରୀମନ୍ତ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ସି.ଡି.ଏମ.ଓ ଡାକ୍ତର ଜୟକୃଷ୍ଣ ମିଶ୍ର ଯୋଗଦାନ କରିଥିଲେ। ଅନ୍ୟତମ ଅତିଥି ଭାବେ ସାଂସଦ ପ୍ରତିନିଧି ବିଶ୍ୱଜିତ ପ୍ରଧାନ, ବ୍ଲକ ଉପାଧ୍ୟକ୍ଷ ସରୋଜ କୁମାର ପ୍ରଧାନ, ଡାକ୍ତର ଏମ.ଏମ.ପ୍ରଧାନ, ଡାକ୍ତର କିଶୋର ଚନ୍ଦ୍ର ପଟ୍ଟନାୟକ, ଡାକ୍ତର ସଂଘମିତ୍ରା ପଣ୍ଡା ଯୋଗଦାନ କରିଥିଲେ। ଭଲ କାର୍ଯ୍ୟ କରୁଥିବା ସ୍ୱାସ୍ଥ୍ୟକର୍ମୀ କାମାକ୍ଷା ପ୍ରସାଦ ସାହୁ (ତଳଗାଁ), ସ୍ମିତା ନିହାରିକା ମହାପାତ୍ର,(ଏ.ଏନ.ଏମ) ସ୍ମୃତିରେଖା ପରିଡ଼ା (ଧଳପୁର), ସୁପ୍ରିୟା ଦନାୟକ (ଚାରିଛକ), ଜ୍ଞାନ ରଞନ ମିଶ୍ର (ଆଟେଣ୍ଡାଟ), ରଞନ ନାଏକ (ଝାଡୁଦାର), ହରିଶ୍ଚନ୍ଦ୍ର ପ୍ରଧାନ (ସିକ୍ୟୁରିଟି ଗାର୍ଡ)ଙ୍କୁ ସାର୍ଟିଫିକେଟ ସହ ଟ୍ରଫି ପ୍ରଦାନ କରାଯାଇଥିଲା। ସେହିପରି ତୁକୁଲୁଣ୍ଡା, ଖରଭୁଇଁ, ବୀରନରସିଂହପୁର, ଛତ୍ରଙ୍ଗ ଏବଂ ଖରଭୁଇଁ ଭଳି ସ୍ୱାସ୍ଥ୍ୟ ଆରୋଗ୍ୟ ଉପକେନ୍ଦ୍ରଗୁଡିକୁ ମାନପତ୍ର, ଟ୍ରଫି ସହ ସମ୍ମାନ୍ନିତ କରାଯାଇଥିଲା।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories