www.samajalive.in
Friday, December 12, 2025
15.1 C
Bhubaneswar

ମେଡିକାଲ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଖସଡା ପ୍ରସ୍ତୁତ

ହରଭଙ୍ଗା : ହରଭଙ୍ଗା ବ୍ଲକ ଆଡେଣିଗଡ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ରୋଗୀକଲ୍ୟାଣ ସମିତିର ସାଧାରଣ ପରିଷଦ ବୈଠକ ବୌଦ୍ଧ ବିଧାୟକଙ୍କ ପ୍ରତିନିଧି ଅଜିତ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବ୍ଲକ ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶ୍ରୀମନ୍ତ ସ୍ୱାଇଁ ଯୋଗଦାନ କରି ସମସ୍ତ ସଭ୍ୟ,ସଭ୍ୟାଙ୍କୁ ସ୍ୱାଗତ କରିଥିଲେ। ପ୍ରଥମେ ଗୋଷ୍ଠି କେନ୍ଦ୍ରର କାର୍ଯ୍ୟକ୍ରମ ପରିଚାଳକ ଅରୁଣ କୁମାର ପାଢୀ ରୋଗୀ କଲ୍ୟାଣ ସମିତିର ପାଣ୍ଠି ପରିଚାଳନା ଏବଂ ପୂର୍ବ ବୈଠକର ବିବରଣୀ ପଠନ କରିଥିଲେ। ଏହା ପରେ ରୋଗୀସେବା ପାଇଁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଖସଡା ପ୍ରସ୍ତୁତ କରାଯାଇଥିଲା। ଆଗ୍ରାଧିକାର ଭିତ୍ତିରେ ଡାକ୍ତରଖାନା ପରିସର ରାସ୍ତାକୁ ଚକୋଟାଇଲ ଲଗାଇବାକୁ ସାଂସଦ ପ୍ରତିନିଧିଙ୍କୁ ଅନୁରୋଧ କରାଯାଇଥିଲା।ଡାକ୍ତରଖାନାର ଔଷଧ ବିତରଣ କକ୍ଷ ଏବଂ ସଭାଗୃହକୁ ଶୀତତାପ ନିୟନ୍ତ୍ରିତ କରିବାକୁ ପ୍ରସ୍ତାବ ପାରିତ କରାଗଲା,ପରୀକ୍ଷାଗାର ସମ୍ମୁଖ ଭାଗରେ ପ୍ରତୀକ୍ଷା ପାଇଁ ସେଡ ନିର୍ମାଣ, ରୋଗୀମାନଙ୍କ ପ୍ରତୀକ୍ଷା ସେଡ ନିର୍ମାଣ, ସୋଲାର ଆଲୋକ,ଏକୁଆଗାର୍ଡ, ଲଗାଇବାକୁ ପ୍ରସ୍ତାବ ପାରିତ କରାଗଲା। ମେଡିକାଲ ପରିସରରେ ଫୁଲବଗିଚା ପାଚେରୀ ନିର୍ମାଣ, ଡି.ଜି ସେଟ କ୍ରୟ ପାଇଁ ସର୍ବ ସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହି ବୈଠକରେ ବ୍ଲକ ଉପାଧ୍ୟକ୍ଷ ସରୋଜ କୁମାର ପ୍ରଧାନ, ସାଂସଦ ପ୍ରତିନିଧି ବିଶ୍ୱଜିତ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ଭୋଇ, ପ୍ରମୋଦ ସାହୁ,ଏବିଡିଓ ସୁବାଷ ଚନ୍ଦ୍ର ଯାନୀ, ସିଡିପିଓ ନିରୁପମା ପାଣି, ଅନୀତା ପ୍ରଧାନ, ନିବେଦିତା ଦୋରା ପ୍ରମୁଖ ଉପସ୍ଥିତ ଥିଲେ। ବିପିଏମ ଅରୁଣ କୁମାର ପାଢୀ ସଭା ପରିଚାଳନା ସାଙ୍ଗକୁ ଧନ୍ୟବାଦ ପ୍ରଦାନ କରିଥିଲେ। ଏହାସହ ୩ଜଣ ଅବସରକାଳୀନ ସ୍ୱାସ୍ଥ୍ୟକର୍ମୀ ପ୍ରାଣେଶ୍ୱରୀ ପ୍ରଧାନ, ବିଜୟା କୁମାରୀ ପ୍ରଧାନ ଏବଂ ଜୟ ମିର୍ଦ୍ଦାଙ୍କୁ ସିଡିଏମଓ ସମ୍ବର୍ଦ୍ଧିତ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories