www.samajalive.in
Tuesday, December 9, 2025
23.1 C
Bhubaneswar

ଖାରିକୁଆ ଗ୍ରାମବାସୀ ପିଇବା ପାଣି ପାଇଁ ଡହଳ ବିକଳ

ମୋହନା : ଗଜପତି ଜିଲ୍ଲାର ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଏହି ବ୍ଲକରେ ସାଧାରଣତଃ ଶତକଡ଼ା ୮୦ ଭାଗ ଆଦିବାସୀ ବଣ ପାହାଡ଼ ଘେରା ଉପାନ୍ତ ଅଞ୍ଚଳରେ ବସବାସ କରନ୍ତି । ବହୁ ଗ୍ରାମକୁ ଏବେ ମଧ୍ୟ ମୌଳିକ ସୁବିଧା ଅପହଞ୍ଚ। ସେଥିମଧ୍ୟରୁ ପାନୀୟ ଜଳ ସଙ୍କଟ ଅନ୍ୟତମ । ଗ୍ରୀଷ୍ମ ଋତୁ ଆସିଲେ ବହୁ ଗ୍ରାମରେ ଦେଖାଯାଏ ଜଳ ସଙ୍କଟ। ମୁନ୍ଦାଏ ପାନୀୟ ଜଳ ପାଇବା ପାଇଁ ଲୋକେ ଡହଳ ବିକଳ। ଏଭଳି ଏକ ଗ୍ରାମ ହେଉଛି ମୋହନା ପଞ୍ଚାୟତ ଅଧିନ ୨ ନମ୍ବର ୱ।ର୍ଡ ଖାରିକୁଆ ଗାଁ । ସ୍ଥାନୀୟ ବ୍ଳକ କାର୍ଯ୍ୟାଳୟଠାରୁ ମାତ୍ର ୩ କିମି ଦୂରରେ ଏହି ଗ୍ରାମଟି ଅବସ୍ଥିତ । ଏହି ଗାଁରେ ୨୦ଟି ପରିବାରର ପ୍ରାୟ ୧୩୦ ଜଣ ଲୋକ ବସବାସ କରନ୍ତି । ପରିବାରର କିଛି ପୁରୁଷ ଓ ମହିଳାମାନେ କୁଲି ମଜୁରୀ କାମ କରିବା ସହ ବନ୍ୟଜାତ ଦ୍ରବ୍ୟ ସଂଗ୍ରହ କରି ଜୀବିକା ନିର୍ବାହ କରନ୍ତି । ଅନ୍ୟ କିଛି ଲୋକ ରାଜ୍ୟ ବାହାରକୁ ଯାଇ ଦାଦନ ଖଟୁଥିବା ବେଳେ ସେମାନେ ରୋଜଗାର କରି ପଠାଉଥିବା ଅର୍ଥରେ ପରିବାର ଚଳେ।ଏଠାକାର ଲୋକେ ପାନୀୟ ଜଳ ଅଭାବରୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଗାଁରେ ଗୋଟିଏ ବି ନଳକୂପ  ନାହିଁ । ଗାଁ ଶେଷ ବିଲ ମଧ୍ୟରେ ଦୀର୍ଘ ୫୦ ବର୍ଷ ପୂର୍ବେ ଖୋଳାଯାଇଥିବା ପରିତ୍ୟକ୍ତ ଅବସ୍ଥାରେ ରହିଥିବା ଏକ କୂଅର ଦୂଷିତ ଜଳକୁ ଛାଣି ପାନୀୟ ଜଳ ଭାବେ ବ୍ୟବହାର କରନ୍ତି ।
ଖରା ଦିନ ଆସିଲେ କୂଅର ପାଣି ଶୁଖିଯାଏ । ଏଣୁ ଗ୍ରାମବାସୀ ବର୍ଷ ତମାମ ୧ କିମି ଦୂରରେ ବହିଯାଉଥିବା ହରଭଙ୍ଗୀ ନଦୀର ଦୂଷିତ ଜଳକୁ ପାନୀୟ ଜଳ, ସ୍ନାନ, ଶୌଚ଼ ଓ ରୋଷେଇ କାର୍ଯ୍ୟ ଲାଗି ଭରସା କରନ୍ତି । ବର୍ଷାଦିନେ ଅବସ୍ଥା ସଙ୍ଗୀନ ହୋଇଯାଏ। ନଦୀର ଦୂଷିତ ଜଳ ପିଇ ଲୋକେ ବିଭିନ୍ନ ସମୟରେ ପେଟ ଜନିତ ରୋଗର ଶୀକାର ହେଉଥିବା ଅଭିଯୋଗ କରିଛନ୍ତି । ଦୀର୍ଘ ବର୍ଷ ହେଲା ପାନୀୟ ଜଳ ଯୋଗାଇ ଦେବାକୁ ଗ୍ରାମବାସୀ ବିଡିଓ, ସରପଞ୍ଚ, ସମିତି ସଭ୍ୟଙ୍କୁ ଲିଖିତ ଓ ମୌଖିକ ଭାବେ ଅଭିଯୋଗ କରି ଆସୁଥୁଲେ ମଧ୍ୟ ସୁଫଳ ମିଳୁନଥିବା ଗ୍ରାମର ୱ।ର୍ଡ ମେମ୍ବର ପରି ଶବର, ମାର୍ତା ଶବର, ମେରୀ ଗମାଙ୍ଗ, ବିଜୟନ୍ତି ଶବର, ଶାନ୍ତନୀ ଶବର,ଏମି ଗମାଙ୍ଗ, ଇନ୍ଦୟୀ ଶବର,ସୁବାଷିନି ଶବର, ଡ଼ାନିଏଲ ଶବର,ଶାନ୍ତିଏଲ ଶବର, ବିଞ୍ଜାମିନ ଗମାଙ୍ଗ, କଏନ ଶବର ଆଦି ମହିିଳା ଓ ପୁରୁଷ ଅଭିଯୋଗ କରିଛନ୍ତି। ଏସମ୍ପର୍କରେ ମୋହନା ସରପଞ୍ଚଙ୍କ ମତାମତ ମିଳି ପାରିନାହିଁ।

Hot this week

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

Related Articles

Popular Categories