www.samajalive.in
Sunday, December 7, 2025
23.1 C
Bhubaneswar

ଗ୍ରୀଷ୍ମପ୍ରବାହ ଓ ଅସହ୍ୟ ଗୁଳୁଗୁଳିଠୁ ବଳିପଡ଼ିଛି ଅଘୋଷିତ ବିଦ୍ୟୁତ କାଟ; ଆନ୍ଦୋଳନ ପାଇଁ ଉପଭୋକ୍ତା ମହଲରେ ସଜବାଜ 

କେନ୍ଦୁଝରଗଡ଼: ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଏଥିରୁ କେନ୍ଦୁଝର ଜିଲା ମଧ୍ୟ ବାଦ୍‌‌ ପଡ଼ିନଥିବା ବେଳେ ଅତି ଆବଶ୍ୟକ ନଥିଲେ ଦିନ ୯ଟା ପରେ ଘରୁ କେହି ବାହାରକୁ ବାହାରୁ ନାହାନ୍ତି। ଏଭଳି ସ୍ଥିତିରେ ଗ୍ରୀଷ୍ମପ୍ରବାହ ଓ ଗୁଳଗୁଳିଠାରୁ ବଳିପଡ଼ିଛି ଅଘୋଷିତ ବିଦ୍ୟୁତ୍‌‌କାଟ। ନିର୍ଦ୍ଦିଷ୍ଟ ଭାବେ ଗ୍ରୀଷ୍ମ ସମୟରେ ୨୪ଘଣ୍ଟିଆ ବିଦ୍ୟୁତ୍‌‌ ଯୋଗାଣ ନେଇ ବିଭାଗୀୟ ମନ୍ତ୍ରୀ ଗଣମାଧ୍ୟମରେ ତଥ୍ୟ ରଖିବା ପରଠାରୁ ମରାମତି ଆଳରେ ଦୈନିକ ୮ରୁ ୧୦ଘଣ୍ଟା ଅଘୋଷିତ ବିଦ୍ୟୁତ୍‌‌କାଟ କେନ୍ଦୁଝର ସହରର ଉପଭୋକ୍ତାଙ୍କୁ ପରୋକ୍ଷରେ ଆନ୍ଦୋଳନ ପାଇଁ ବାଧ୍ୟ କରୁଥିବା ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରି ଏହା କହିଛନ୍ତି। ଆକାଶରେ କଳା ବାଦଲ ଢାଙ୍କିଲେ, ଗଛପତ୍ର ହଲିଲେ, ସାମାନ୍ୟ ବର୍ଷା ହେଲେ ବିଦ୍ୟୁତକାଟ୍‌‌ ହେବା କେନ୍ଦୁଝର ସହରରେ କିଛି ନୂଆକଥା ନୁହେଁ। କେବଳ ସେତିକିନୁହେଁ, ମରାମତି ଆଳରେ ଦିନବେଳା ଘଣ୍ଟା ଘଣ୍ଟା ଧରି ଅଘୋଷିତ ବିଦ୍ୟୁତ କାଟ ଉପଭୋକ୍ତାଙ୍କୁ ଯେତିକି ନିରାଶ କରିଛି ସନ୍ଧ୍ୟାହେବା ମାତ୍ରେ ତୁହାକୁ ତୁହା ଅଘୋଷିତ ବିଦ୍ୟୁତ କାଟ ସହରବାସୀଙ୍କୁ ସେତିକି ଯନ୍ତ୍ରଣା ଦେଉଛି।

ଏତଦ୍‌‌ବ୍ୟତୀତ ମଧ୍ୟରାତ୍ରିରୁ ଭୋର ୫ଟା ପର୍ଯ୍ୟନ୍ତ ଅଘୋଷିତ ବିଦ୍ୟୁତ୍‌‌ କାଟ ଗ୍ରୀଷ୍ମଋତୁରେ ସହରବାସୀଙ୍କ ଉଷ୍ମତାକୁ ଦ୍ୱିଗୁଣିତ କରିବା ସହ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ କରିଛି ବୋଲି ଶ୍ରୀ ମିଶ୍ର କହିଛନ୍ତି। ଅଘୋଷିତ ବିଦ୍ୟୁତ୍‌‌ କାଟ ଯୋଗୁଁ ବିଶେଷକରି ପାନୀୟଜଳ ଯୋଗାଣ ଓ ଚିକିତ୍ସା ସେବା ଭଳି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଅଧିକାଂଶ ଦିନରେ ବାଧାପ୍ରାପ୍ତ ହେବା ବିଦ୍ୟୁତ ଯୋଗାଣକାରୀ ସଂସ୍ଥା ପରୋକ୍ଷରେ ସହରବାସୀଙ୍କ ଉପରେ ଦାଉ ସାଧୁଥିବା ନେଇ ଶ୍ରୀ ମିଶ୍ର କ୍ଷୋଭ ପ୍ରକାଶ କରିଛନ୍ତି। ବିଦ୍ୟୁତ୍‌‌ ଯୋଗାଣକାରୀ ସଂସ୍ଥା ପକ୍ଷରୁ ବଡ଼ବଡ଼ିଆ ବାବୁମାନେ ବସବାସ କରୁଥିବା ସହରର ପ୍ରମୁଖ ଅଞ୍ଚଳ ଓ ମୁଖ୍ୟ ବଜାରକୁ ନିରବଛିନ୍ନ ବିଦ୍ୟୁତ୍‌‌ ଯୋଗାଣ ନେଇ ଗୁରୁତ୍ୱ ଦେଇ ଆସୁଥିବା ବେଳେ ସହରର ପୁରୁଣାବଜାର, ଆଟୋପୁର, ବୀରବରପୁରପାଟଣା, ଜନାର୍ଦ୍ଦନପୁର ଶାସନ, ଧାଙ୍ଗରପଡ଼ା, ମାଧପୁର, ବଣିଆପାଟ, ନୂଆସାହି, କାଶିପୁର, ବଡହଳ, ବ୍ରାହ୍ମଣୀଗାଁ ଆଦି ଅଞ୍ଚଳମାନଙ୍କରେ ବର୍ଷତମାମ୍‌‌ ଅଘୋଷିତ ବିଦ୍ୟୁତ୍‌‌ କାଟ ହିତାଧିକାରୀଙ୍କୁ ନିରାଶ କରିଛି। ବିଦ୍ୟୁତ ସେବାରୁ ବଞ୍ଚିତ ବହୁ ହିତାଧିକାରୀ ବାଧ୍ୟ ହୋଇ ଅଧିକ ଖର୍ଚ୍ଚାନ୍ତ ହୋଇ ଘରମାନଙ୍କରେ ଇନଭର୍ଟର ସଂଯୋଗ କରୁଥିବା ପରୋକ୍ଷରେ ବିଦ୍ୟୁତ ଯୋଗାଣକାରୀ ସଂସ୍ଥା ଟିପିଏନଓଡିଏଲର ଉଚ୍ଚପଦସ୍ଥ ଅଧିକାରୀଙ୍କ ଇନଭର୍ଟର ବ୍ୟବସାୟୀଙ୍କ ସହ ସଲାସୁତୁରା ଚାଲିଥିବା ନେଇ ଶ୍ରୀ ମିଶ୍ର ଗୁରୁତର ଅଭିଯୋଗ ଆଣିଛନ୍ତି। ଖୋଦ୍‌‌ ଜିଲା ମୁଖ୍ୟାଳୟରେ ବଦ୍ୟୁତ୍‌‌ ବିଭାଗର ଏଭଳି ଦୟନୀୟ ସେବା ଥିବାବେଳେ ଗ୍ରାମାଞ୍ଚଳରେ ହିତାଧିକାରୀଙ୍କୁ କିଭଳି ବିଭାଗ ପକ୍ଷରୁ ସେବା ଯୋଗାଇ ଦିଆଯାଉଥିବ ତାହା ଏଥିରୁ ସହଜରେ ଅନୁମାନ କରାଯାଇପାରେ ବୋଲି ଶ୍ରୀ ମିଶ୍ର କହିଛନ୍ତି। ଗ୍ରୀଷ୍ମଋତୁରେ ସାଧାରଣ ଲୋକେ ଗ୍ରୀଷ୍ମପ୍ରବାହରୁ କିଭଳି ମୁକ୍ତି ପାଇବେ ସେନେଇ ବିଦ୍ୟୁତ ଯୋଗାଣକାରୀ ସଂସ୍ଥା ଗୁରୁତ୍ୱ ଦେଇ ବିଦ୍ୟୁତ ଯୋଗାଣରେ ସ୍ୱାଭାବିକ ସେବା ଯୋଗାଇ ଦିଆନଗଲେ ଏହା ପ୍ରତିବାଦରେ ଆଗାମୀ ଦିନରେ ସହରର ବିଦ୍ୟୁତ୍‌‌ ଉପଭୋକ୍ତାଙ୍କ ପକ୍ଷରୁ ବାଧ୍ୟ ହୋଇ ବିଦ୍ୟୁତ୍‌‌ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଶ୍ରୀ ମିଶ୍ର ଚେତାବନୀ ଦେଇଛନ୍ତି। ନିରବଛିନ୍ନ ବିଦ୍ୟୁତ୍‌‌ ଯୋଗାଣ ନେଇ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଥିବା ବେଳେ ବିଭିନ୍ନ କାରଣରୁ ଧାର୍ଯ୍ୟ ସମୟ ମଧ୍ୟରେ ମରାମତି କାର୍ଯ୍ୟ ହୋଇପାରୁ ନଥିବା ଟିପିଏନଓଡିଏଲ କେନ୍ଦୁଝର ଶାଖା ନିର୍ବାହୀ ଯନ୍ତ୍ରୀ ମୀନକେତନ ସାମଲ କହିଛନ୍ତି। ଏଥିସହ ଦିନକୁଦିନ ଗ୍ରାହକ ସଂଖ୍ୟା ବୃଦ୍ଧି ପାଇ କେବଳ କେନ୍ଦୁଝର ସହରରେ ୩୦ହଜାରରୁ ଊର୍ଦ୍ଧ୍ବ ଗ୍ରାହକ ଥିବାବେଳେ ଆଗକୁ କିଭଳି ଗ୍ରାହକଙ୍କୁ ୨୪ଘଣ୍ଟିଆ ସେବା ଯୋଗାଇ ଦିଆଯାଇ ପାରିବ ସେ ନେଇ ଖୁବ୍‌‌ ଶିଘ୍ର ଆଞ୍ଚଳିକ ବ୍ୟବସାୟିକ ଶାଖା (ଆରବିୟୁ) କାର୍ଯ୍ୟକ୍ଷମ ହେବ ବୋଲି ନିର୍ବାହୀ ଯନ୍ତ୍ରୀ ଶ୍ରୀ ସାମଲ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories