କଲମପୁର: କଲମପୁର ବ୍ଲକ ଅନ୍ତର୍ଗତ ମୀନଗୁରର ଏକ ଚାଷ ଜମିରେ ଧାନ ଅମଳ ବେଳେ ଧାନ କଟା ମେସିନ ଜଳି ଯାଇଛି। ଗୁରୁବାର ଅପରାହ୍ନରେ ମୀନଗୁର ଗ୍ରାମର ଜନୈକ ଚାଷୀ ଅରୁଣ କୁମାର ପଣ୍ଡାଙ୍କ ଚାଷ ଜମିରେ ଏକ ଧାନ କଟା ମେସିନ ଦ୍ବାରା ଧାନ ଅମଳ କରାଯାଉଥିଲା। ହଠାତ୍ କୌଣସି କାରଣରୁ ମେସିନରେ ନିଆଁ ଲାଗିଯିବାରୁ ହୁତୁ ହୁତୁ ହେଇ ଜଳି ଉଠିଥିଲା। କଲମପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କଲାବେଳକୁ ମେସିନର ଅଧାରୁ ଅଧିକ ଅଂଶ ପୋଡ଼ି ନଷ୍ଟ ହେଇ ସାରିଥିଲା।
Popular Categories



