www.samajalive.in
Sunday, December 14, 2025
23.1 C
Bhubaneswar

ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ, ୨ ଗୁରୁତର

ଗୋପାଳପୁର: ବ୍ରହ୍ମପୁର ଗୋପାଳପୁର ଥାନା ଅନ୍ତର୍ଗତ ଆମ୍ବପୁଆ ରୋଡ ସ୍ଥିତ ଆୟକର ବିଭାଗ ନିକଟରେ ଆଜି ଅପରାହ୍ନ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ପୂର୍ଵ ଶତ୍ରୁତାକୁ କେନ୍ଦ୍ରକରି ମାରପିଟ ହୋଇଥିବ‌ ବେଳେ ଆକ୍ରମଣରେ ଦୁଇ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଆହତ ମାନେ ହେଲେ ବ୍ରହ୍ମପୁର ଲାଞିପଲ୍ଲି ଓ ଖୋଡାସିଂର ସିଲୁ ଡାକୁଆ ଓ ରାହୁଲ ନାୟକ ବୋଲି ପୁଲିସ କହିଛି। ଖବର ପାଇଁ ଗୋପାଳପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ମାନଙ୍କୁ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲ ପଠାଇଥିଲେ। ସିଲୁ ଓ ରାହୁଲ ଦୁଇ ଜଣ ଏକ ମୋଟରସାଇକେଲରେ ବ୍ରହ୍ମପୁର ଫେରୁଥିବା ବେଳେ ପୂର୍ବରୁ ଯୋଜନାବଦ୍ଧ ଭାବେ ସେଠାରେ ଅପେକ୍ଷା କରିଥିବା ୪ରୁ ୫ ଯୁବକ ସେମାନଙ୍କୁ ଅଟକାଇ ମାରପିଟ କରିବା ସହ ହାତରେ ଧରିଥିବା ମଦ ବୋତଲରେ ଉଭୟଙ୍କ ମୁଣ୍ଡକୁ ଆକ୍ରମଣ କରି ସେଠାରୁ ଫେରାର ହୋଇଯାଇଥିଲେ। ତେବେ ଏ ନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଜଣାପଡିଛି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories