www.samajalive.in
Saturday, December 13, 2025
23.1 C
Bhubaneswar

ଧାମରା କଲାମ ଦ୍ବୀପରୁ ଅଗ୍ନି-୧ର ସଫଳ ପରୀକ୍ଷା

ବାଲେଶ୍ବର : ଭଦ୍ରକ ଜିଲା ଅବଦୁଲ କଲାମ ଦ୍ବୀପରୁ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ ହୋଇ ପାରୁଥିବା ମଧ୍ୟମ ଦୂରଗାମୀ ବାଲାଷ୍ଟିକ କ୍ଷେପଣାସ୍ତ୍ର ଅଗ୍ନି-୧ର ସଫଳ ପରୀକ୍ଷା କରାଯାଇଛି । ପ୍ରତିରକ୍ଷା ବିଭାଗର ଷ୍ଟ୍ରାଟେଜିକ କମାଣ୍ଡ ଦ୍ବାରା ଗୁରୁବାର ସନ୍ଧ୍ୟାରେ ଏହି ପରୀକ୍ଷା କରାଯାଇଥିବା ବେଳେ ପରୀକ୍ଷା ସମ୍ପୂର୍ଣ୍ଣ ସଫଳ ହୋଇଥିବା ବିଭାଗ ସୂତ୍ରରୁ ସୂଚନା ଦିଆଯାଇଛି । କ୍ଷେପଣାସ୍ତ୍ରଟି ନିର୍ଦ୍ଧାରିତ ସମୟରେ ୭୦୦ କିଲୋମିଟରରେ ଥିବା ଲକ୍ଷ୍ୟଭେଦ କରିବା ସହ ସମ୍ପୂର୍ଣ୍ଣ ନିୟନ୍ତ୍ରିତ ଭାବେ ସବୁ ବିଭାଗ କାମ କରିଥିବା ଏହି ବ୍ୟାବହାରିକ ପରୀକ୍ଷାରୁ ଜଣାପଡ଼ିଥିଲା। ଅଗ୍ନି-୧ ସ୍ଥଳସେନାର ଷ୍ଟ୍ରାଟେଜିକ ଫୋର୍ସ ଦ୍ବାରା ୨୦୦୭ରୁ ବ୍ୟବହାର ହୋଇ ଆସୁଛି। ଅଗ୍ନି-୧ କ୍ଷେପଣାସ୍ତ୍ରର ଲମ୍ବ ୧୫ ମିଟର ହୋଇଥିବା ବେଳେ ମୋଟେଇ ୧ ମିଟର । ଏହା ୧୨୦୦୦ କିଲୋଗ୍ରାମ ଓଜନ। ୧୦୦୦ କିଲୋଗ୍ରାମର ଉଭୟ ପାରମ୍ପରିକ ଓ ଆଣବିକ ବିସ୍ଫୋଟକ ନେଇ ଏହା ୭୦୦ କିଲୋମିଟର ପର୍ଯ୍ୟନ୍ତ ଦୂରତାରେ ଲକ୍ଷ୍ୟ ଭେଦ କରିବାର କ୍ଷମତା ରଖିଛି । କମ ଯୁଦ୍ଧାସ୍ତ୍ର ବହନ କରିଲେ ଏହା ୧୨୦୦ କିଲୋମିଟର ପର୍ଯ୍ୟନ୍ତ ମଧ୍ୟ ଲକ୍ଷ୍ୟ ଭେଦ କରିବାର କ୍ଷମତା ରଖିଥିବା ଜଣାଯାଇଛି ।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories