www.samajalive.in
Wednesday, December 10, 2025
14.1 C
Bhubaneswar

ଆଦିବାସୀ ଗାଆଁକୁ ନାହିଁ ରାସ୍ତା, ପଡ଼ିକାର୍ଡ଼ରେ ଜିନିଷ ପାଇଁ ୮୦କିମି ପାର

ପାତ୍ରପୁର: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକର ଦୁଇଟି ଆଦିବାସୀ ଗ୍ରାମର ଲୋକମାନେ ଟଙ୍କିକିଆ ଚାଉଳ ପାଇଁ ୮୦ କିଲୋମଟର ଦୂର ପାର କରି ଗାଡ଼ିରେ ଚାଉଳ ଆଣିଥିବା ଜଣାଯାଇଛି। ଏହି ଦୁଇଗୋଟି ଗ୍ରାମ ହେଲା ବୁରାତାଲ ପଂଚାୟତ ମହାଲିମ୍ୱ ଓ କୁରୁଗୁଡ। ଏହି ଦୁଇଟି ଗୋଟିଗ୍ରାମ ପାହାଡ଼ ଉପରେ ରହିଛି। ପଞ୍ଚାୟତ ଠାରୁ ଏହି ଦୁଇ ଗୋଟି ଗ୍ରାମର ଦୂରତା ପନ୍ଦର କିଲୋମିଟରରୁ ଅଧିକ ଅଟେ। ବୁରାତାଲ ପଞ୍ଚାୟତଟି ପାହାଡ ଉପରେ ରହିଥିବା ବେଳେ ଲୋକଙ୍କ ଯାତାୟତ ପାଇଁ ଭଲ ରାସ୍ତା ନଥିବା ଯୋଗୁଁ ପାହାଡ ତଳ ସାତ କିଲୋିଟର ଦୂର ଡୁଡୁକାବାଡ ନିକଟରେ ପଞ୍ଚାୟତର ବିଭିନ୍ନ କାର୍ଯ୍ୟାଳୟ ନିର୍ମାଣ କରାଯାଇଥିଲା। ଫଳରେ ପଞ୍ଚାୟତର ବିଭିନ୍ନ ଗ୍ରାମର ଲୋକମାନେ ଡୁଡୁକା ବାଡ ନିକଟକୁ ଆସି ପଞ୍ଚାୟତସ୍ତରରେ ମିଳୁଥିବା ସୁବିଧା ପାଉଥିଲେ। ତେବେ ଡୁଡୁକା ବାଡ ଠାରୁ ପଞ୍ଚାୟତର ମହଲିମ୍ବ ଓ କୁରୁଗୁଡ଼ ଗ୍ରାମ ପ୍ରାୟ ପନ୍ଦରରୁ କୋଡ଼ିଏ କିଲୋମିଟର ଦୂରତା ହୋଇଥିବା ବେଳେ ଲୋକମାନେ ପଂଚାୟତରୁ ଜିନିଷ ମୁଣ୍ଡରେ ଧରି ପୁଣି ଘାଟି ରାସ୍ତାରେ ଫେରିବାକୁ ପଡୁଛି।

ଏବେ ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦେଖି ଦୁଇ ଗ୍ରାମର ଲୋକମାନେ ଗାଡି ଭଡ଼ା କରି ଆଙ୍କୁଲି ତାଡକା ସାହି ରାସ୍ତାରେ ଓହ୍ଲାଇ ସୁରଙ୍ଗୀ ପାତ୍ରପୁର ତୁମ୍ବା ଦେଇ ଡୁଡୁକା ବାଡ ପହଞ୍ଚି ପୁଣି ଜିନିଷ ସଂଗ୍ରହ କରି ଫେରୁଛନ୍ତି। ମହଲିମ୍ବ ଗ୍ରାମର ଲୋକମାନେ ତିତିରୀ ସିଙ୍ଗୀ ଗ୍ରାମ ନିକଟରୁ ପୁଣି ପ୍ରାୟ ପାଞ୍ଚ କିଲୋମଟର ବୋହି ନେଉଥିବା ବେଳେ କୁରୁଗୁଡ଼ ଗ୍ରାମକୁ ମାଟି ରାସ୍ତାରେ ବହୁ କଷ୍ଟରେ ଗାଡି ପହଞ୍ଚୁଛି। ଟଙ୍କିକିଆ ଜିନିଷ ପରିବହନ ପାଇଁ ଲୋକମାନେ ଗୋଟିଏ ଦିନ କଟାଇବା ସହ କିଲୋଗ୍ରାମ ପିଛା ତିନି ଟଙ୍କା ବ୍ୟୟ କରିବାକୁ ପଡୁଛି। ମହାଲିମ୍ବ ଗ୍ରାମକୁ ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଦାବୀ ପରେ ତୁମ୍ବା ଉନ୍ନୟନ ସଂସ୍ଥା ପକ୍ଷରୁ ଜଙ୍ଗଲ ମଧ୍ୟରେ ବହୁ ଗଛ କାଟି ରାସ୍ତା ନିର୍ମାଣ ଆରମ୍ଭ କରିଥିଲେ। ଯାହାକି ଚାରିବର୍ଷ ହେଲା ରାସ୍ତା ନିର୍ମାଣ ଅଧାରେ ଅଟକିଛି। ସେହିପରି କୁରୁଗୁଡ଼ ଗ୍ରାମକୁ ରାସ୍ତା ଟିଏ ନାହିଁ। ଏହି ପାହାଡିଆ ଅଞ୍ଚଳର କୁରୁଗୁଡ, ବାଦୁଆ, ଧୋବାଲିଙ୍ଗୀ ପ୍ରଭୁତି ଗ୍ରାମର ଲୋକମାନେ ପଡିକାର୍ଡରେ ଜିନିଷ ସଂଗ୍ରହ ଭତ୍ତା ଏବଂ ବିଭିନ୍ନ କାର୍ଯ୍ୟ ପାଇଁ ଡୁଡୁକାବାଡ ଆସି ଥାଆନ୍ତି। ତେବେ କାର୍ଯ୍ୟରେ ବିଳମ୍ବ ହେଲେ ଫେରିବା ବେଳେ ରାତି ହୋଇଗଲେ ଜଙ୍ଗଲ ରାସ୍ତାରେ ଯିବାକୁ ପଡୁଛି। ତେବେ ପାହାଡ ଉପରୁ ବିଭିନ୍ନ କାର୍ଯ୍ୟ ପାଇଁ ଆସୁଥିବା ଲୋକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରି ଆଗୁଆ ସୁବିଧା ଯୋଗାଇ ଦେଲେ ଲୋକଙ୍କ ଫେରିବା ବେଳେ ସୃଷ୍ଟି ହେଉଥିବା ଅସୁବିଧା ଦୂର ହୋଇପାରିବ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories