www.samajalive.in
Tuesday, December 9, 2025
15.1 C
Bhubaneswar

ବାଇକ ଚୋରି ଗ୍ୟାଙ୍ଗର ପର୍ଦାଫାଶ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ କିଛିଦିନ ହେଲା ବାଇକ ଚୋରି ବୃଦ୍ଧି ପାଇବାରେ ଲାଗିଥିଲା। ଏହାର ତଦନ୍ତ କରି ଶେଷରେ ଫିରିଙ୍ଗିଆ ପୋଲିସ ବିଭିନ୍ନ ଜାଗାରୁ ଆଠଟି ବାଇକକୁ ଜବତ କରିବା ସହ ଏହି ଚୋରି ମାମଲାରେ ସମ୍ପୃକି ଥିବା ଅଭିଯୋଗରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଏହି ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ସହ ଦୁଇଜଣ ଅଭିଯୁକ୍ତ ଫେରାର ଥିବା ପୋଲିସ ସୂଚନା ଦେଇଛି। ତେବେ ଜବତ ହୋଇଥିବା ଆଠଟି ବାଇକ ମଧ୍ୟରୁ ଛଅଟି ବାଇକ ଚୋରି ବାଇକ ବୋଲି ସ୍ପଷ୍ଟ ପ୍ରମାଣିତ ହୋଇଥିବା ବେଳେ ଅନ୍ୟ ତିନୋଟି ବାଇକ ଚୋରି ବାଇକ ହୋଇଥିବା ସନ୍ଦେହ କରି ଜବତ କରାଯାଇଥିବା ପୋଲିସ ସୂଚନା ଦେଇଛି। ଅନ୍ୟପଟେ ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରେ ଫିରିଙ୍ଗିଆ ଥାନା ତରଙ୍ଗ ଗାଁର ସୌଭାଗ୍ୟବାନ ବେହେରା ଓ ସଂଜୀବ ବିଶ୍ଵରଂଜନ କହଁର ବୋଲି ଜଣା ପଡିଥିବା ବେଳେ ରତଙ୍ଗ ପଞ୍ଚାୟତ ଡାମି ଗାଁର ହରିଚନ୍ଦନ କହଁର ବୋଲି ଜଣାପଡିଛି। ଅନ୍ୟପଟେ ଗୁରୁବାର ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ତପନ କୁମାର ନାହାକ ସୂଚନା ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories