QNETIC – Mobile

ଭାରତୀୟ କର୍ମଚାରୀଙ୍କର ଏଆଇ ଭୟ – ଚାକିରି ଚାଲିଯିବ ଭାବି ଏତିକି ଲୋକ ଚିନ୍ତାରେ

ନୂଆଦିଲ୍ଲୀ – ଏଆଇ ବା କୃତ୍ରିମ ବୁଦ୍ଧିମତା ଯୋଗୁଁ ଚାକିରି ଚାଲିଯାଇପାରେ ବୋଲି ଭାରତର ୭୪ ପ୍ରତିଶତ କର୍ମଚାରୀ ଭୟ କରୁଛନ୍ତି ବୋଲି  ମାଇକ୍ରୋସଫ୍ଟ ଦ୍ୱାରା କରାଯାଇଥିବା ସର୍ବେକ୍ଷଣରୁ ଜଣା ପଡିଛି । ୮୩ ପ୍ରତିଶତ ଲୋକ କୃତ୍ରିମ ବୁଦ୍ଧିମତାକୁ କାମର ଚାପ ହ୍ରାସ କରିବା ପାଇଁ ବ୍ୟବହାର କରିବାକୁ ଚାହୁଁଛନ୍ତି ।

ବିଭିନ୍ନ ସୃଜନାତ୍ମକ କାର୍ଯ୍ୟ କରୁଥିବା ବ୍ୟକ୍ତି ଏଆଇକୁ ବ୍ୟବହାରକରିବା ପାଇଁ ଆଗ୍ରହ ଦେଖାଇଛନ୍ତି । ଏହାଦ୍ୱାରା ସୃଜନଶକ୍ତି ବୃଦ୍ଧି ପାଇବ ଏବଂ ସେମାନେ ଆହୁରି ଭଲ କାମ କରିପାରିବେ ବୋଲି ମତ ଦେଇଛନ୍ତି ।

ଭାରତର ବିଭିନ୍ନ କ୍ଷେତ୍ରରେ ଏପରି ଘରମାନଙ୍କର କିଛି ନା କିଛି ଉପାୟରେ ଏଆଇକୁ ବ୍ୟବହାର କରାଯାଉଛି । ୩୧,୦୦୦ ଲୋକଙ୍କୁ ନେଇ ମାଇକ୍ରୋସଫ୍ଟ ଦ୍ୱାରା ଏହି ସର୍ବେକ୍ଷଣ କରାଯାଇଥିଲା ।

 

Comments are closed.