ମହଙ୍ଗା ପଡ଼ିଲା ଲାଞ୍ଚ ନେବା : ଫସିଲେ ଘଟଗାଁ କନିଷ୍ଠ ରାଜସ୍ୱ ସହାୟକ

ପାଟଣା : ଲାଞ୍ଚ ନେବା ସମୟରେ ଦୁର୍ନୀତି ନିର୍ବାରଣ ବିଭାଗ (ଭିଜିଲାନ୍ସ) ହାତରେ ଧରାପଡ଼ିଛନ୍ତି ଘଟଗାଁ କନିଷ୍ଠ ରାଜସ୍ୱ ସହାୟକ ଦେବାଶିଷ ପଣ୍ଡା। ସୂଚନା ଅନୁସାରେ, ଘଟଗାଁ ତହସିଲ ଅନ୍ତର୍ଗତ ଟାଙ୍ଗରତଳି ଗ୍ରାମର ବନମାଳୀ ପଲେଇଙ୍କ ଠାରୁ ଦଶ ହଜାର ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଧରିଥିବା ଜଣାପଡ଼ିଛି। ଲାଞ୍ଚ ଟଙ୍କା ଜବତ ହେବା ସହିତ ମାମଲା ରୁଜୁ ହୋଇଛି। ଦେବାଶିଷଙ୍କ ଭଡ଼ା ଘର, ବାସଭବନରେ ଓ କାର୍ଯ୍ୟାଳୟରେ ଚଢାଉ ଚାଲିଥିବା ଜଣାପଡ଼ିଛି। ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ନେଇ ଅଧିକ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି।

Comments are closed.