ବିଶ୍ୱ ଦୁଗ୍ଧ ଦିବସ : ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟାର ଗୋଟିଏ ସମାଧାନ ଖିର..

ଆଜି ହେଉଛି ବିଶ୍ୱ ଦୁଗ୍ଧ ଦିବସ। ଖିର ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ପିଲା ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସଭିଁଙ୍କ ପାଇଁ ଖିର ଆବଶ୍ୟକ। ଅନେକ ଭିଟାମିନ୍‌‌ ଓ ପୋଷକ ତତ୍ତ୍ୱ ଗୁଣରେ ଭରପୁର ଥିବାରୁ ଖିରକୁ ସମ୍ପୂର୍ଣ୍ଣ ଆହାର ବୋଲି ମଧ୍ୟ କୁହାଯାଏ। ତେବେ ଜାଣନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ..

ଖିର , ତୁଳସୀରେ ଅନେକ ଔଷଧୀୟ ଗୁଣ,ବହୁ ପୋଷକ ତତ୍ତ୍ୱ ରହିଛି। ଯାହା ରୋଗପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ। ଏହି ୨ଟିର ମିଶ୍ରଣ ଦ୍ୱାରା ପୋଷକ ତତ୍ତ୍ୱ ସହ ଶରୀର ପାଇଁ ବେଶ ହିତକାରକ ହୋଇଥାଏ। ତେବେ ଜାଣନ୍ତୁ ସ୍ୱାସ୍ଥ୍ୟ ପାଇଁ ଏହାର ଚମତ୍କାରୀ ଗୁଣ..

ପାଗ ପରିବର୍ତ୍ତନ ସମୟରେ ଅନେକ ଲୋକଙ୍କର ଥଣ୍ଡା ଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ଏଥିରୁ ମୁକ୍ତି ପାଇବାକୁ ହେଲେ ଖିର ଓ ତୁଳସୀର ମିଶ୍ରଣ ସର୍ବୋତ୍ତମ।
ମୁଣ୍ଡ ବିନ୍ଧା କିମ୍ବା ମାଇଗ୍ରେନ ସମସ୍ୟାରୁ ମୁକ୍ତି ପାଇବାକୁ ନିୟମିତ ଖିର ଓ ତୁଳସୀର ସେବନ କରନ୍ତୁ।
ଚିନ୍ତାଗ୍ରସ୍ତ ତଥା ମାନସିକ ଦୁଶ୍ଚିନ୍ତା ରହୁଥିଲେ ଖିରରେ ତୁଳସୀ ପତ୍ର ପକାଇ ଏହାକୁ କିଛି ସମୟ ଫୁଟାଇ ପିଅନ୍ତୁ। ଏହାକୁ ସେବନ କରନ୍ତୁ। ଏହି ସମସ୍ୟା ଦୂର ହେବ।
ଯେଉଁମାନଙ୍କର ହୃଦୟ ଜନିତ ସମସ୍ୟା ରହୁଛି, ସେମାନେ ନିୟମିତ ଭାବେ ଖାଲିପେଟରେ ତୁଳସୀ ଓ ଖିର ସେବନ କରିବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିବା ସହ ଅନେକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂର ହୋଇଥାଏ।
ତୁଳସୀ ମିଶ୍ରିତ ଖିରର ସେବନ କରିବା ଦ୍ୱାରା ଥଣ୍ଡା ପାଇଁ ସୃଷ୍ଟି ହେଉଥିବା ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂର ହେବା ସହ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ।

ଖିରରେ ଡାଲଚିନି ମିଶାଇ ପିଇବା ଦ୍ୱାରା ଗ୍ୟାଷ୍ଟ୍ରିକ ସମସ୍ୟା ଦୂର ହୋଇଥାଏ। ପେଟ ଜନିତ ଅନେକ ସମସ୍ୟା ଦୂର କରେ। ପାଚନ ତନ୍ତ୍ରକୁ ସୁସ୍ଥ ରଖେ। ଖାଦ୍ୟକୁ ଭଲ ଭାବେ ହଜମ କରିବାରେ ସହାୟକ ହୋଇଥାଏ।
ଅନେକ ଲୋକଙ୍କୁ ଭଲରେ ନିଦ ହୋଇନଥାଏ। ରାତିରେ ଶୋଇବା ପୂର୍ବରୁ ଖିରରେ ଡାଲଚିନି ମିଶାଇ ପିଅନ୍ତୁ। ଅନିଦ୍ରା ସମସ୍ୟା ଦୂର ହୋଇଥାଏ।
ରକ୍ତରେ ଶର୍କରାର ମାତ୍ରା ନିୟନ୍ତ୍ରଣ ରହିବା ପାଇଁ ଡାଲଚିନି ଖୁବ ଉପକାରୀ। ଖିରରେ ଡାଲଚିନି ମିଶାଇ ପିଇବା ଦ୍ୱାରା ରକ୍ତରେ ଶର୍କରାର ମାତ୍ରା ନିୟନ୍ତ୍ରଣ ହୋଇ ରହିଥାଏ।
ଚିନ୍ତା ଦୂର କରିବା ପାଇଁ ଓ ହାଡଗଣ୍ଠି ମଜଭୂତ ରହିବା ପାଇଁ ଖିରରେ ଡାଲଚିନି ମିଶାଇ ପିଅନ୍ତୁ।
ସବୁଠାରୁ ଅଧିକ ଏହା ତ୍ୱଚା ପାଇଁ ଲାଭଦାୟକ। ଡ଼ାଲଚିନି ମିଶା ଖିର ପିଇବା ଦ୍ୱାରା ତ୍ୱଚାର ଦାଗ ଦୂର ହେବା ସହ, ମୁହଁ ସୁନେଲି,ଉଜ୍ଜ୍ୱଳ ଓ ନରମ ହୋଇଥାଏ।
ଖିରରେ ଡାଲଚିନି ଏକ ଚାମଚରୁ କମ ପରିମାଣରେ ମିଶାଇ ପିଅନ୍ତୁ।

ରାତି ସମୟରେ କିଛି ଖାଦ୍ୟ ଓ ଅଭ୍ୟାସ ସ୍ୱାସ୍ଥ୍ୟ ଉପରେ ଅନେକ ପ୍ରଭାବ ପକାଇଥାଏ। ତେଣୁ ରାତିରେ ସଠିକ ସମୟରେ ରାତ୍ରି ଭୋଜନ କରିବା ଉଚିତ। ଉତ୍ତମ ନିଦ୍ରାରେ ଶୋଇବା ଉଚିତ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ରାତି ସମୟରେ ଖାଦ୍ୟ-ପେୟର ବିଶେଷ ଧ୍ୟାନ ଦେବା ଉଚିତ। ରାତିରେ କମ ମାତ୍ରାରେ ଓ ପୁଷ୍ଟିକର ଖାଦ୍ୟ ସେବନ କରିବା ଆବଶ୍ୟକ। ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଅନେକ ଗବେଷଣା ମଧ୍ୟ କରାଯାଉଛି। ଗବେଷଣା ଅନୁଯାୟୀ,ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ ଖିରରେ ଅଳ୍ପ ପରିମାଣରେ ହଳଦୀ ମିଶାଇ ଏହାକୁ ପିଅନ୍ତୁ। ନିୟମିତ ହଳଦୀ ଖିର ପିଇବା ଦ୍ୱାରା ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ଅନେକ ମାରାତ୍ମକ ରୋଗ ଶରୀରରୁ ଦୂର ରଖିଥାଏ।
ହଳଦୀ ଖିରକୁ ‘ସୁନେଲି ଖିର’ ରୂପରେ ଜଣାଯାଏ। ଖିରରେ ହଳଦୀ ସହ ଡାଲଚିିନି ଓ ଅଦା ମିଶାଇ ପିଇବା ଦ୍ୱାରା ଏହାର ସ୍ୱାଦ ଦ୍ୱିଗୁଣିତ ହେବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ ଲାଭଦାୟକ ହୋଇଥାଏ।
ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବାରୁ ରୋଗ ଶରୀରରୁ ଦୂରେଇ ରହିଥାଏ।
ନିୟମିତ ରୂପରେ ଏହାର ସେବନ କରିବା ଦ୍ୱାରା ବିଶେଷ ଲାଭଦାୟକ।
ହଳଦୀ ଖିର ପିଇବା ଅଭ୍ୟାସ ଦ୍ୱାରା ଆଣ୍ଠୁଗଣ୍ଠି ସମସ୍ୟା ଦୂର ହେବା ସହ ବିଭିନ୍ନ ଯନ୍ତ୍ରଣା ଦୂର ହୋଇଥାଏ। ହଳଦୀରେ ଆଣ୍ଟି-ଇନଫ୍ଲାମେଟରୀ ଗୁଣ ରହିଛି।
ମଧୁମେହ ରୋଗୀଙ୍କ ପାଇଁ ହଳଦୀ ଖିର ପିଇବା ବେଶ ଲାଭଦାୟକ। ଏହାସହ ରକ୍ତରେ ଶର୍କରାର ମାତ୍ରା ୨୯ ପ୍ରତିଶତ କମ ହୋଇଥାଏ। ଏଥିରେ ଥିବା ପୋଷକ ତତ୍ତ୍ୱ ଶର୍କରାର ସ୍ତରକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। ହଳଦୀ ଖିରରେ ଡାଲଚିନି ମିଶାଇ ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ।
ପ୍ରତିଦିନ ୧-୬ ଗ୍ରାମ ଡାଲଚିନି,ସାମାନ୍ୟ ହଳଦୀ,ଖିର ମିଶାଇ ପିଅନ୍ତୁ।
ଥଣ୍ଡା ଜନିତ ସମସ୍ୟାରୁ ରକ୍ଷା ପାଇବା ଏହା ଏକ ଉତ୍ତମ ସ୍ରୋତ।
ଖିରରେ କ୍ୟାଲସିୟମ, ଆଇରନ, ପ୍ରୋଟିନ ଓ ଭିଟାମିନ ରହିଛି। ଏହି କାରଣରୁ ଖିର ଏକ ସମ୍ପୂର୍ଣ୍ଣ ଆହର ବୋଲି ମଧ୍ୟ କୁହାଯାଏ।
– ହଳଦୀରେ ଆଣ୍ଟି-ଅକ୍ସିଡ଼ାଣ୍ଟ ଗୁଣ ରହିଥାଏ। ହଳଦୀ ଖିର ପିଇବା ଦ୍ୱାରା ଶରୀରୁ ବହୁ ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ। ପାଚନ ତନ୍ତ୍ର ସଠିକ ଭାବେ କାର୍ୟ୍ୟ କରିଥାଏ।
– ଯଦି ଆପଣଙ୍କର ପେଟ ସହ ଜଡ଼ିତ ସମସ୍ୟା ଲାଗି ରହିଥାଏ, ତେବେ ହଳଦୀ ଖିର ପିଇବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।
– ତ୍ୱଚା ପାଇଁ ମଧ୍ୟ ଏହା ବେଶ ହିତକାରକ। ଏହା ତ୍ୱଚାକୁ ଉଜ୍ଜ୍ୱଳ କରିଥାଏ। ହଳଦୀରେ ଆଣ୍ଟି-ଅକ୍ସିଡ଼ାଣ୍ଟ ଓ ଆଣ୍ଟି-ବ୍ୟାକ୍ଟେରିୟଲ ଗୁଣ ରହିଛି। ଯାହା ମୁହଁ ସହ ଜଡ଼ିତ ବହୁ ସମସ୍ୟା ଯେପରି କୁଣ୍ଡାଇ ହେବା, ବ୍ରଣ ଆଦି ଦୂର କରିଥାଏ।
– ଯଦି ଆପଣଙ୍କୁ ସଠିକ ପରିମାଣରେ ନିଦ ହେଉନାହିଁ ଓ ଚିନ୍ତାଗ୍ରସ୍ତ ରହୁଛନ୍ତି, ତେବେ ହଳଦୀ ମିଶ୍ରିତ ଖିର ନିଶ୍ଚୟ ପିଅନ୍ତୁ।
– ଏହା ଓଜନ ହ୍ରାସ କରିଥାଏ। ମୁଣ୍ଡ ବିନ୍ଧା ମଧ୍ୟ ଦୂର କରିଥାଏ।
ଯେଉଁମାନଙ୍କର ଓଜନ ଖୁବ କମ ସେମାନେ ନିୟମିତ ଖିର ପିଇବା ଦ୍ୱାରା ଓଜନ ବୃଦ୍ଧି ହୋଇଥାଏ । ନିୟମିତ ଖିର ପିଇବା ଦ୍ୱାରା ସ୍ମରଣ ଶକ୍ତି ବୃଦ୍ଧି ହେବା ସହ କାର୍ୟ୍ୟ କରିବାକୁ ଆବଶ୍ୟକୀୟ ଶକ୍ତି ମିଳିଥାଏ ।
ପ୍ରାଚୀନ କାଳରୁ ହିଁ ଭାରତ ଓ ଅନ୍ୟ ଦେଶମାନଙ୍କରେ ଖିରକୁ ଦେବତା ମାନଙ୍କ ଭୋଜନ ବୋଲି କୁହାଯାଏ । ତେଣୁ ଏହାକୁ ସର୍ବଦା ସମୃଦ୍ଧିର ପ୍ରତୀକ ବୋଲି ମଧ୍ୟ କୁହାଯାଏ ।
ବ୍ୟାୟାମ କରିବା ପରେ ଖିର ନିଶ୍ଚୟ ପିଅନ୍ତୁ । ଏହାଦ୍ୱାରା ଥକ୍କାପଣ ଖୁବ ଶୀଘ୍ର ଦୂର ହୋଇଥାଏ । ଏଥିରେ ଯଥେଷ୍ଟ ପରିମାଣରେ ପ୍ରୋଟିନ ରହିଛି ।
ଏକ ଗ୍ଲାସ ଖିରରେ ସାମାନ୍ୟ ମିଶ୍ରି ମିଶାଇ ପିଇବା ଦ୍ୱାରା ଅଧିକ ସମୟ ଯାଏଁ ସତେଜ ଅନୁଭବ କରିବେ । ସ୍ୱାଦିଷ୍ଟ ମଧ୍ୟ ଲାଗିଥାଏ ।
ଖିରରେ ମନୁଷ୍ୟ ପାଇଁ ଆବଶ୍ୟକୀୟ ୯ଟି ଜରୁରୀ ପୋଷକ ତତ୍ତ୍ୱ ରହିଛି । ଏଥିରେ କ୍ୟାଲସିୟମ,ଫସଫରସ,ଭିଟାମିନ ଏ, ଭି-୧୨, ପ୍ରୋଟିନ,କାର୍ବୋହାଇଡ୍ରେଟ ଆଦି ରହିଛି । ଭିଟାମିନ ଏହାସହ ଅନ୍ୟାନ୍ୟ ବହୁ ପୋଷକ ମଧ୍ୟ ରହିଛି। କ୍ୟାଲସିୟମ ହାଡ଼ ଓ ଦାନ୍ତକୁ ଶକ୍ତ ରଖିବା ପାଇଁ ଖୁବ ଲାଭକାରୀ ଅଟେ।
ଏଥିରେ ଥିବା ପ୍ରୋଟିନ ଶରୀରକୁ ଶକ୍ତି ଯୋଗାଇଥାଏ।
ପୋଟାସିୟମ ରକ୍ତ ଚାପର ସମସ୍ୟାକୁ ଦୂର କରିଥାଏ। ରକ୍ତଚାପକୁ ନିୟନ୍ତ୍ରିତ ମଧ୍ୟ କରିଥାଏ।
ଫରଫରସ ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ଯୋଗାଇଥାଏ ଓ ହାଡ଼କୁ ସୁସ୍ଥ ରଖିଥାଏ।
ଭିଟାମିନ ବି ୧୨ ଲାଲ ରକ୍ତ କୋଷିକା ଓ ସ୍ନାୟୁ ଗୁଡ଼ିକୁ ସୁସ୍ଥ ରଖିଥାଏ।
ଖିରରେ ଥିବା ଭିଟାମିନ ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ବୃଦ୍ଧି କରିଥାଏ। ଚକ୍ଷୁ ଓ ଚର୍ମର ସମସ୍ୟାକୁ ଦୂର କରିଥାଏ।
ନିୟମିତ କିଛି ପରିମାଣରେ ଖିର ସରକୁ ମୁହଁରେ ଲଗାଇ ମାଲିସ କରନ୍ତୁ। ଏଭଳି କରିବା ଦ୍ୱାରା ମୁହଁ ଉଜ୍ୱଳ ହେବା ସହ ତ୍ୱଚାରରେ ଥିବା ଦୂଷିତ ପଦାର୍ଥ ବାହାରି ଯାଇଥାଏ।
ଯଦି ଆପଣଙ୍କ ତ୍ୱଚାର ଚମକ ହ୍ରାସ ପାଇଯିବା ଭଳି ଅନୁଭବ ହେଉଛି ତେବେ ସରରେ କିଛି ମହୁ ମିଶାଇ ଲଗାନ୍ତୁ। ଏପରି କରିବା ଦ୍ୱାରା ନିଜେ ଏହାର ଚତ୍ମକାରିତା ଅନୁଭବ କରିବେ। ଏହାକୁ ନିୟମିତ ମୁହଁରେ ଲଗାଇଲେ ବହୁ ଦାମୀ କ୍ରିମ ତୁଳନାରେ ଏହା ତ୍ୱଚାର ଚମକକୁ ଖୁବ ଶୀଘ୍ର ବୃଦ୍ଧି କରିଥାଏ।
ଖିର ସରକୁ ନିୟମିତ ମୁହଁରେ ଲଗାଇଲେ ତ୍ୱଚାର ରଙ୍ଗ ମଧ୍ୟ ଗୋରା ହୋଇଥାଏ।
ବହୁ ଯୁବତୀ ଓ ମହିଳା ମୁହଁରେ ଥିବା ବିଭିନ୍ନ ପ୍ରକାରର ଦାଗ ଓ କଳା ଦାଗ ପାଇଁ ଚିନ୍ତିତ ରହିଥାଆନ୍ତି। ଏହି ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ସରରେ ଅଳ୍ପ ଲେମ୍ବୁ ରସ ମିଶାଇ ଏହାକୁ ମୁହଁରେ ଲଗାଇ କିଛି ସମୟ ରଖି ଧୋଇ ଦିଅନ୍ତୁ।

Comments are closed.