www.samajalive.in
Saturday, December 6, 2025
19.1 C
Bhubaneswar

ଆଶ୍ୱସ୍ତି : କମିଲା ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ : ଗ୍ରାହକଙ୍କ ପାଇଁ ଆଶ୍ୱସ୍ତିକର ଖବର। କମିଲା ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଦର। ଜୁନ୍ ମାସର ପ୍ରଥମ ଦିନରେ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରାଯାଇଛି। ତୈଳ କମ୍ପାନୀଗୁଡିକ ଜୁନ୍ ୧ ରେ ଏଲପିଜି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ହ୍ରାସ କରିଛନ୍ତି। ସରକାରୀ ତୈଳ କମ୍ପାନୀଗୁଡିକ ଦ୍ୱାରା ପ୍ରକାଶିତ ମୂଲ୍ୟ ଅନୁଯାୟୀ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୮୩ ଟଙ୍କା ହ୍ରାସ କରାଯାଇଛି। ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡର ପାଇଁ ବର୍ତ୍ତମାନ ୧୭୭୩ ଟଙ୍କା ଦେବାକୁ ପଡିବ। ଏହାପୂର୍ବରୁ ଗ୍ରାହକ ଏହି ସିଲିଣ୍ଡରକୁ ୧୮୫୬.୫୦ ଟଙ୍କା ଦେଉଥିଲେ।
ତେବେ ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ପୂର୍ବ ପରି ସମାନ ମୂଲ୍ୟରେ ଏହା ମିଳିବ।
ରାଜଧାନୀ ଦିଲ୍ଲୀରେ ପୂର୍ବରୁ ଗ୍ୟାସ ସିଲିଣ୍ଡର ୧୮୫୬.୫୦ ଟଙ୍କାରେ ଉପଲବ୍ଧ ଥିଲା, କିନ୍ତୁ ବର୍ତ୍ତମାନ ୧୭୭୩ ଟଙ୍କା ଦେବାକୁ ପଡିବ। ପୂର୍ବରୁ କୋଲକାତାରେ ୧୯୬୦.୫୦ ଟଙ୍କା ୧୯ କିଲୋଗ୍ରାମ ସିଲିଣ୍ଡର ପାଇଁ ଦିଆଯାଉଥିଲା, କିନ୍ତୁ ନୂତନ ମୂଲ୍ୟ ଅନୁଯାୟୀ ବର୍ତ୍ତମାନ ଗ୍ରାହକଙ୍କୁ ୧୮୭୫.୫୦ ଟଙ୍କା ଦେବାକୁ ପଡିବ।
ସେହିଭଳି ମୁମ୍ବାଇରେ ପୂର୍ବରୁ ୧୮୦୮.୫୦ ଟଙ୍କା ଦେବାକୁ ପଡୁଥିଲା, ବର୍ତ୍ତମାନ ୧୭୨୫ ଟଙ୍କା ବ୍ୟବସାୟିକ ସିଲିଣ୍ଡର ପାଇଁ ଦେବାକୁ ପଡିବ। ଚେନ୍ନାଇରେ ଏକ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ୨୦୨୧.୫୦ ଟଙ୍କା ଥିଲା, କିନ୍ତୁ ବର୍ତ୍ତମାନ ଏହା ୧୯୩୭ ଟଙ୍କାକୁ ଖସି ଆସିଛି।

 

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories