www.samajalive.in
Saturday, December 6, 2025
26.1 C
Bhubaneswar

ଜିଲା ବାରିକ ସଙ୍ଘର ନୂତନ ଗୋଷ୍ଠୀ ସଭା ଗୃହର ଉଦଘାଟନ 

ନବରଙ୍ଗପୁର : ନବରଙ୍ଗପୁର ଜିଲା ବାରିକ ସଂଘର ଭାଟିଶାଳଗୁଡାସ୍ଥିତ ନୂତନ ଗୋଷ୍ଠୀ ସଭାଗୃହକୁ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଶୁଭ ଉଦ୍ଘାଟନ କରିଥିଲେ । ବାରିକ ସଙ୍ଘର ମୂଳଲକ୍ଷ୍ୟ ଓ ସଙ୍ଘ ତରଫରୁ ବିଭିନ୍ନ ସମାଜସେବା କାର୍ୟ୍ୟକୁ ଭୁୟସୀ ପ୍ରଶଂସା କରିଥିଲେ ଏବଂ ଗୋଷ୍ଠୀଗୃହ ଜନସାଧାରଣଙ୍କ ଜନହିତ କାର୍ୟ୍ୟକ୍ରମରେ ବ୍ୟବହାର ପାଇଁ ପରାମର୍ଶ ଦେଇଥିଲେ । ସଂଘର ସେବା କାର୍ୟ୍ୟରେ ସେ ସମସ୍ତ ସହଯୋଗ କରିବେ ବୋଲି କହିଥିଲେ। ଏହି ଗୋଷ୍ଠୀ ସଭାଗୃହ ଉଦଘାଟନ ଉତ୍ସବରେ ନବରଙ୍ଗପୁର ନଗର ବିଜେଡି ସଭାପତି ପ୍ରମୋଦ କୁମାର ରଥ, ବିଜେଡି ଜିଲା ସମ୍ପାଦକ ରବି ପଟ୍ଟନାୟକ, ଯୁବ ନେତା ତାପସ ତ୍ରିପାଠୀ, କ୍ରିଷ୍ଣା ତ୍ରିପାଠୀ ଓ ସଞ୍ଜୟ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ବାରିକ ସଙ୍ଘର ସଭାପତି ଏନ. ଗଣେଶ ଅଧକ୍ଷତା କରିଥିବାବେଳେ ସଙ୍ଘର ସହ ସମ୍ପାଦକ ବି. ସିମାଞ୍ଚଳ, ଆର. ସନ୍ତୋଷ,ଉପଦେଷ୍ଟା ବି. ରାମୁ,ଏସ. ପ୍ରସାଦ ବାରିକ, କେ. ବାବୁ ରାଓ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି କାର୍ୟ୍ୟକ୍ରମରେ ବାରିକ ସଙ୍ଘର ସମସ୍ତ କର୍ମକର୍ତ୍ତା ଏବଂ ବୃଦ୍ଧିଜୀବୀ ଉପସ୍ଥିତ ରହିଥିଲେ । ପରେ ବାରିକ ସଙ୍ଘର ସଭାପତି ଏନ. ଗଣେଶଙ୍କ ଝିଆରୀଙ୍କ ର୍ନିବନ୍ଧ କାର୍ୟ୍ୟକ୍ରମରେ ନବରଙ୍ଗପୁର ବିଧାୟକ ଯୋଗଦେଇ ତାଙ୍କୁ ଆଶୀର୍ବାଦ ଦେଇଥିଲେ ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories