www.samajalive.in
Monday, December 8, 2025
24.1 C
Bhubaneswar

ଆଠଗଡ଼ ବିକାଶ ମଞ୍ଚ ପକ୍ଷରୁ ବିଦ୍ୟୁତ ବଲ୍ବ ବଣ୍ଟନ

ତିଗିରିଆ: ଆଠଗଡ଼ ବିକାଶ ମଞ୍ଚ ପକ୍ଷରୁ ତିଗିରିଆ ବ୍ଲକ ପାଞ୍ଚଗାଁ ପଞ୍ଚାୟତ ଅନ୍ତର୍ଗତ ଡିମିରିଆ ଶବରସାହି ଏବଂ ସାହୁ ପଡ଼ିଆ ସାହିରେ ଗରିବ ପରିବାରଗୁଡ଼ିକୁ ବିଦ୍ୟୁତ୍ ବଲ୍ବ ବଣ୍ଟନ କରାଯାଉଛି। ଅସହ୍ୟ ଗରମରେ ଲୋକେ ରାତିରେ ଘର ବାହାରେ ବିଶ୍ରାମ କରୁଥିବା ବେଳେ ବିଭିନ୍ନ ସରୀସୃପଙ୍କ ଭୟ ରହୁଛି। ଏହାକୁ ଦୃଷ୍ଟିରେ ରଖି ଲୋକଙ୍କ ଘର ଏବଂ ବାହାରକୁ ଆଲୋକିତ କରି ରଖିବା ପାଇଁ ବିକାଶ ମଞ୍ଚ ସଭାପତି ମାନସ ରଞ୍ଜନ ବସ୍ତିଆ ନିଜେ ଉପସ୍ଥିତ ରହି ଏହି ବିଦ୍ୟୁତ ବଲ୍ବ ବଣ୍ଟନ କରିଥିଲେ। ସାଥିରେ ସଦସ୍ୟ ପ୍ରଦ୍ୟୁମ୍ନ ଦାସ ସହଯୋଗ କରିଥିଲେ। ପ୍ରତିବର୍ଷ ବିକାଶ ମଞ୍ଚ ପକ୍ଷରୁ ଗରିବ ଲୋକଙ୍କ ପାଇଁ ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ସେବା ଓ ସହଯୋଗ ଯୋଗାଇ ଦିଆଯାଉଥିବାରୁ ଅନୁଷ୍ଠାନର ଭୂୟସୀ ପ୍ରଶଂସା କରାଯାଇଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories