www.samajalive.in
Sunday, December 14, 2025
17.1 C
Bhubaneswar

ଅସହ୍ୟ ତାତି ସହ ଗୁଳୁଗୁଳି ; ସମ୍ବଲପୁର ଓ ଝାରସୁଗୁଡା ତାପମାତ୍ରା ସର୍ବାଧିକ

ଭୁବନେଶ୍ୱର : ଅସହ୍ୟ ଗରମ। ଛଟପଟ ସାରା ରାଜ୍ୟବାସୀ। ରାଜ୍ୟର ଅଧିକାଂଶ ସ୍ଥାନରେ ଅନୁଭବ ହେଉଛି ପ୍ରଚଣ୍ଡ ଗୁଳୁଗୁଳି। ପଶ୍ଚିମରେ ତାତି ସହ ଉପକୂଳ ଓ ଆଭ୍ୟନ୍ତରରେ ପ୍ରଚଣ୍ଡ ଗୁଳୁଗୁଳି ହେଉଛି। ଆଜି ଦିନ ସାଢେ ୧୧ଟା ସୁଦ୍ଧା ସମ୍ବଲପୁର ଓ ଝାରସୁଗୁଡା ତାପମାତ୍ରା ସର୍ବାଧିକ ରହିଛି। ସମ୍ବଲପୁର ଓ ଝାରସୁଗୁଡ଼ା ତାପମାତ୍ରା ୩୯.୪ ଡିଗ୍ରୀ ରେକର୍ଡ କରାଯାଇଛି। ହୀରାକୁଦ ୩୯.୨, ଭୁବନେଶ୍ୱର ଓ ଚାନ୍ଦବାଲି ୩୭ ଡିଗ୍ରୀ। କେନ୍ଦୁଝର ୩୬.୨,ବାଲେଶ୍ୱର ୩୫.୬, ପୁରୀ ୩୫.୫ ଡିଗ୍ରୀ ରେକର୍ଡ କରାଯାଇଛି। ଏହାସହ ଆଜି ରାଜଧାନୀରେ ସକାଳୁ ସକାଳୁ ଅସହ୍ୟ ତାତି ସହ ସାଢେ ୮ଟା ସୁଦ୍ଧା ତାପମାତ୍ରା ୩୩ ଡିଗ୍ରୀ ରେକର୍ଡ଼ କରାଯାଇଥିଲା। ୭୫% ଆଦ୍ରତା ଥିବାରୁ ପ୍ରବଳ ଗୁଳୁଗୁଳି ମଧ୍ୟ ଅନୁଭୂତ ହେଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories